STORYMIRROR

ASHOK KUMAR NAYAK

Inspirational

3  

ASHOK KUMAR NAYAK

Inspirational

ଦୁଃଖୀର ଶଖାଳି

ଦୁଃଖୀର ଶଖାଳି

1 min
201


ଏତିକି ମୋ ଅଳି ଆହେ ବନମାଳୀ

ଏତିକି ମିନତି ଦୁଃଖୀର ସଂଖାଳି ।


ଜୀବ ଥିବାଯାଏ ମୋ ହସ୍ତ ଅଂଗୁଳି

ଗଳାମାଳିଆର ଗୁଂଥୁ ଗଳାମାଳି ।


ମୋ ନେତ୍ର ପଥରେ ହେ ନେତ୍ର ପିତୁଳି

ନାଚୁଥାଅ ସଦା ତୁମେ ଢଳି ଢଳି ।


ମୋ ହୃଦ ମଂଦିର ରତନ ବେଦିରେ

ବିଜେ କରିଥାଅ ଦିବା ଓ ନିଶିରେ। ।


ମୋ ମନ ରାଇଜେ ହୋଇ ଛତ୍ରପତି

ଢାଳୁଥାଅ ସଦା କୃପା ଶିରୀପତୀ ।


ମୋ ଗୀତରେ ତୁମର ଦୟା ପୀରତି

କରୁଣାର ଗାଥା ଏତିକି ମିନତି ।


Rate this content
Log in

Similar oriya poem from Inspirational