STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଦରବାରୀ

ଦରବାରୀ

1 min
140

ସାଜବିନି ବିଦୂଷକ ତୁମ୍ଭ ଦରବାରେ

ହୋଇବିନି ତୁମ୍ଭ ଦରବାରୀ 

ଗାଇବିନି ତୁମ୍ଭ ପ୍ରଶସ୍ତିରେ

ରାଗ କାମୋଦୀ ଆଶାବରୀ।

ଲୋଡ଼ା ନାହିଁ ତୁମ୍ଭ ପୃଷ୍ଠପୋଷକତା 

ଲୋଡ଼ା ନାହିଁ ତୁମ୍ଭ ଧନଧାନ୍ୟ ମାନ୍ୟ 

ଲୋଡ଼ା ନାହିଁ ତୁମ୍ଭ ଅଙ୍ଗବସ୍ତ୍ର ଉପଢୌକନ

ଲୋଡ଼ା ନାହିଁ ତୁମ୍ଭ ଆଭୂଷଣ ମାନପତ୍ର 

ଲୋଡ଼ା ନାହିଁ ତୁମ୍ଭ ପ୍ରଦତ୍ତ ଐଶ୍ଵର୍ଯ୍ୟ।

ବିହଙ୍ଗମ ସମ 

ମୁକ୍ତ ମୁହିଁ କବିପ୍ରାଣ 

ମୁକ୍ତ କଣ୍ଠେ କରେ ଉଦଘୋଷଣା

ମୁକ୍ତ ମୁଁ ରହିବି ସଦା

ସହି ପଛେ ଜୀବନ ଯନ୍ତ୍ରଣା।

ବଣମଲ୍ଲୀ ସମ ହେଉ ପଛେ 

ଝରିଯିବି ସର୍ବ ଅଲକ୍ଷ୍ୟରେ

ଚହଟାଇ ବନଖଣ୍ଡେ ଆପଣା ସୁବାସ

କେବେ ବି ଯିବନି ତୁମ୍ଭ ପାଶେ

ହସ୍ତେ ଧରି ସୁପାରିଶ ପତ୍ର।

ମୁହିଁ ତ ବେସାଲିସ୍ ମଣିଷ 

କରି ନାହିଁ ଶିଖି ତୋଷାମଦୀ 

ତୁମ୍ଭ ପଦପଦବୀ ଉପାଧି ମାନପତ୍ର 

ଲାଳସାରେ ହୋଇଗଲେ ପଥଭ୍ରଷ୍ଟ 

କ୍ଷମା ଦେବ ନାହିଁ ଇତିହାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational