ଅଜେୟ ଉବାଚ
ଅଜେୟ ଉବାଚ
ମୃତ୍ୟୁର ଉପତ୍ୟକାରେ ପାଇଛି ମୁଁ ଜୀବନ
ପଥର ଦେହରେ ଶୁଭେ ହୃଦୟର ସ୍ପନ୍ଦନ
ଝରା ଫୁଲ ଆଶା କରେ ଭ୍ରମରର ଗୁଞ୍ଜନ
ଉଆଁସୀ ଅଧା ହୃଦୟେ ପୂର୍ଣ୍ଣ ଚନ୍ଦ୍ର କିରଣ
ଶୁଷ୍କ ମରୁ ବାଲି ତଳେ ଝରୁଥାଏ ଅମୃତ
ମିଛର ବନରେ ଫୁଟେ ବଣ ମଲ୍ଲୀ ପ୍ରକୃତ
ଧ୍ବଂସ ସ୍ତୁପର ଉପରେ ତୋଳି ରାଜ ପ୍ରାସାଦ
ଆଶା ରାଇଜ ରାଜା ମୁଁ ନାହିଁ ଟିକେ ବିଷାଦ