STORYMIRROR

Jyotiranjan Acharya

Abstract

3  

Jyotiranjan Acharya

Abstract

ଅଜେୟ ଉବାଚ

ଅଜେୟ ଉବାଚ

1 min
247


ମୃତ୍ୟୁର ଉପତ୍ୟକାରେ ପାଇଛି ମୁଁ ଜୀବନ

ପଥର ଦେହରେ ଶୁଭେ ହୃଦୟର ସ୍ପନ୍ଦନ

ଝରା ଫୁଲ ଆଶା କରେ ଭ୍ରମରର ଗୁଞ୍ଜନ

ଉଆଁସୀ ଅଧା ହୃଦୟେ ପୂର୍ଣ୍ଣ ଚନ୍ଦ୍ର କିରଣ

ଶୁଷ୍କ ମରୁ ବାଲି ତଳେ ଝରୁଥାଏ ଅମୃତ

ମିଛର ବନରେ ଫୁଟେ ବଣ ମଲ୍ଲୀ ପ୍ରକୃତ

ଧ୍ବଂସ ସ୍ତୁପର ଉପରେ ତୋଳି ରାଜ ପ୍ରାସାଦ

ଆଶା ରାଇଜ ରାଜା ମୁଁ ନାହିଁ ଟିକେ ବିଷାଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract