STORYMIRROR

Kulamani Sarangi

Tragedy Classics Inspirational

2  

Kulamani Sarangi

Tragedy Classics Inspirational

ଅହଂକାର

ଅହଂକାର

1 min
27


ଖୋଜିଲି ତୁମକୁ ଚମ୍ପାରେ,ପଦ୍ମ, ମଲ୍ଲୀ ବାସରେ,

ପାଆନ୍ତି କେମିତି ତୁମେ ତ ଥିଲ ଘାସ ଫୁଲରେ,

ଘାସଫୁଲ ସାଥୀ ହେବାକୁ,

କାଦୁଅ ପଙ୍କକୁ ଯିବାକୁ

ଅହଂକାର ମତେ ଟାଣୁଛି ବୁଝି ବୁଝି ନପାରେ,

ଖୋଜୁଛି ତୁମକୁ ପଦ୍ମରେ,ଚମ୍ପା ମଲ୍ଲୀ ଫୁଲରେ।


ଖୋଜିଲି ମୁଁ ବଡ଼ ଦେଉଳେ ରତ୍ନବେଦୀ ଉପରେ,

ବସିଥିଲ ତୁମେ ବାହାରେ ଗୋପବନ୍ଧୁ ପାଶରେ,

ଚିରା ଛିଣ୍ଡା ଲୁଗା ଘୋଡେ଼ଇ

ବସିଥିଲେ କିଛି ବାଟୋଇ,

କିଛି ଅହଂକାର ଫିଙ୍ଗିଲି ନେଇ ଭିକ୍ଷା ଥାଳରେ,

ଦେଖିପାରିଲିନି ତୁମକୁ ବସିଥିଲ ସେଠାରେ।


ପୂଜୁଛି ତୁମକୁ ବୋଲି ମୁଁ ଦେଖ କି ଅହଂକାର !

କିଛି ଦୁର୍ବିପାକ ଘଟିଲେ ସବୁ ଦୋଷ ତୁମ୍ଭର,

ମୋର କର୍ମ ଅପକର୍ମର 

ସବୁଥିରେ ଦାୟ ତୁମ୍ଭର

ନୋହିଲେ ଅସ୍ତିତ୍ବ ଉପରେ ପ୍ରଶ୍ନ କରେ ହଜାର,

ଶ୍ରେଷ୍ଠ ଜୀବ ପରା କରିଛ ମୋତେ ହେ ବିଶ୍ୱାଧାର।


ଖୋଜିଲି ତୁମକୁ ମେଘରେ ତୁମେ ଥିଲ ମାଟିରେ,

ବୁଣୁଥିଲ ଧାନ ହଳିଆ ହୋଇ ଧାନ ବିଲରେ,

ଭାଇ ବଳରାମ ସାଙ୍ଗରେ

ହଳ ଯୋଚିଥିଲ କ୍ଷେତରେ,

ଗାଳି ଦେଉଥିଲି ତୁମକୁ ବସି ଗାଡି ଭିତରେ,

ଯୋଗ ହସ୍ତ ହୋଇ ଆସିଲ କହି ସାରେ ସାରେ।


ଖୋଜିଲି ତୁମକୁ ଧନରେ ତୁମେ ଥିଲ ମନରେ,

ମନ ମନ୍ଦିରକୁ ଅନ୍ଧାର କଲି କି ଅହଂକାରେ !!

ଯେତେ ଭଲ ମନ ଚାହିଁଲା,

ସବୁ ସ୍ବାର୍ଥ କଲା ଘାଇଲା,

ଦଉଡିଲି ମରୁ ଭୂଇଁରେ ସ୍ବାର୍ଥ ଜଳ ଆଶାରେ,

ଘୁଞ୍ଚିଯାଏ ମରିଚୀକାର ମାୟା ବାଲିବନ୍ତରେ।


ଖୋଜିଲି ପ୍ରେମ ମମତା ମୁଁ, ଶୁଖିଗଲା ସେ ନଈ,

ସ୍ବାର୍ଥ ବାଦଲରୁ ବରଷା ହେବା ଭରସା କାହିଁ ??

ନିଜର ହେଲେ ସବୁ ପର,

ପର ସହଜେ କି ନିଜର!!

ଭାବୁଛି ସେକଥା ବିଚାରି ଦୁଃଖ ଲଭିବି କାହିଁ?

ଫେରି ଯିବି ମନ ମନ୍ଦିରେ ଦୀପ ଆଲୋକ ନେଇ।


Rate this content
Log in

Similar oriya poem from Tragedy