STORYMIRROR

Kalandi pal

Inspirational

4  

Kalandi pal

Inspirational

ଅହଙ୍କାର

ଅହଙ୍କାର

1 min
283


ଦୁଇଟି  ନିଆଁର   ଅନ୍ତର ଜୀବନ

କେବେଳେ ମସୃଣ କେବେଳେ କଠିନ।।


ଜୀବନର ମାନେ  ମଣିଷ ପଣିଆଁ

ଆଉ ସବୁ କାର୍ଯ୍ୟ ଅଢେଇ ଦିନିଆଁ।।


ଜୀବନର ଚତୁର୍ପାଶେ ଖାଲ ଖମା

ସତର୍କ ନୋହିଲେ ଫସି ଯିବ ସିନା.।।


ଗର୍ବ ଅହଙ୍କାର  ଲଭି ଶତ୍ରୁ ପଣ

ଜୀବନକୁ ସଦା କରେ ଆକର୍ଷଣ ।।


ନିଶ୍ୱର୍ଥପରତା   ଜୀବନର ବାର୍ତ୍ତା

ନୋହିଲେ ହଜାଏ ତା ମାନବିକତା.।।


ଅହଂ ଭାବେ ଅହଙ୍କାରର ଦୂର୍ଗୁଣ

ଦୁର୍ବିସହ ଲଭେ ଏ ପୁଣ୍ୟ ଜୀବନ.।।


ସାଧୁ ସୁଚିମନ୍ତ୍  ସୁଜ୍ଞାନୀ ପଣ୍ଡିତ

ଅହଙ୍କାର ଭାବ ନ ଘେନନ୍ତି ଚିତ୍ତ.।।


ଅହଙ୍କାର ଭରେ  ପର ବାଦ ତର୍କ

ତା ଜୀବନ ଲଭେ ପାପ ପଙ୍କ ନର୍କ.।।


କ୍ଷଣିକ ଆନନ୍ଦ କ୍ଷଣେ ସମାହତ

ପରପାଇଁ ରଚେ ମରଣର ଫାନ୍ଦ.।।


ରତନ ବେଦିରେ କାଳିଆ ଠାକୁର

ଭକତର ସିଏ   ଭକତ ତାହାର.।।


ସହନ୍ତିନି ପ୍ରଭୁ  ଗର୍ବ ଅହଙ୍କାର

ଭକ୍ତ ହୃଦ ଗାଳି ଚନ୍ଦନ ତାଙ୍କର.।।


ସୁଚରିତ୍ର ଯେବେ ଲଭିବ ହେ ନର

ଗର୍ବ ଅହଙ୍କାର ମନୁ ତେଜ୍ୟା କର.।।



Rate this content
Log in

Similar oriya poem from Inspirational