Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Classics Inspirational

4  

Satyanarayan Sahoo

Abstract Classics Inspirational

ଅହିଂସା ପରମ ଧର୍ମ

ଅହିଂସା ପରମ ଧର୍ମ

1 min
272



ଅହିଂସା ପରମ ଧର୍ମ 

ଅହିଂସା ପରମ ଧର୍ମ ଶିଖାଏ ମହତ କର୍ମ

ଅସାଧ୍ୟ କାର୍ଯ୍ୟ ସାଧନ ତା ଲାଗି ହୁଏ

ଅଜ୍ଞତା ଅଶିକ୍ଷା ନାଶେ ଶୋଭାଏ ଦିବ୍ୟ ବିଭାଶେ

ମନ ପ୍ରାଣ କୁ ଉଲ୍ଲାସେ ସଦା ରଖାଏ

ଅମନ୍ଦ ଆନନ୍ଦ ଧାରା ରେ

ଅଲୌକିକ ଆବେଗ ରେ ଆପ୍ଲୁତ କରେ ।


ଆହା କି ସୁଦିବ୍ୟ ଭାବ ଉନ୍ମାଦନା ଅଭିନବ

ଅହିଂସା କରେ ଉଦ୍ଭବ ଶାନ୍ତି ସନ୍ତୋଷ

ଆଦର ପ୍ରେମ ଓ ଶ୍ରଦ୍ଧା ପ୍ରୀତି ସୌହାର୍ଦ୍ୟ ମଯ୍ୟାଦା

ଅନ୍ୟ ର ସୁଖ ସୁବିଧା ସୁଯୋଗ ସ୍ରୋତ ।

 ଯୋଗାଇ ଯେ ଦିଏ ଜୀବନେ

ପ୍ରତି ବନ୍ଧକ ଲଗାଏ ପର ପୀଡନେ ।


ଅସୂୟା ଓ ଈର୍ଷା ଦୂର ଲୋଭ ଘୃଣାଦିବିକାର 

ଅବଲୁପ୍ତ କରି ଚିର ଯୋଗାଏ ଯିଏ

ଅଲୌକିକ ଶକ୍ତି ସ୍ରୋତ ଅହିଂସା ହିଁ ପ୍ରବାହିତ

 ଅନ୍ତର ରେ ଅବିରତ ହସ ଫୁଟାଏ ।

ସେବା ଭାବନା କୁ ଜାଗ୍ରତ

ଅହିଂସା ମନ୍ତ୍ର ରେ ଜୀବ ହିତ ସାଧିତ ।


ଅତ୍ୟାଚାର କରେ ଦୂର ଦୟା କ୍ଷମା କରୁଣା ର 

ଆହ୍ଵାନ ଆଣି ଅନ୍ତର ବିଶୁଦ୍ଧ ରଖେ

ଅହିଂସା ରେ ନିତି ଚଳି ବଢେ ଆନନ୍ଦ ଲହରୀ

ଚେତନା ଜାଗ୍ରତ କାରୀ ପରମ ସୁଖେ

ଅକ୍ଲେଶ ରେ ଚଳେ ଜୀବନ

ଅହିଂସା ଅଟଇ ଏଣୁ ପରମ ଧର୍ମ ।


ଅହିଂସା ର ଅଭାବ ରୁ ସିନା ସର୍ବେ ଭୋଗ କରୁ

ଦୁଃଖ ଶୋକ କୋହ ତାପ ପ୍ରବାହ

 ଅମାପ ପୀଡା ଯନ୍ତ୍ରଣା ସଙ୍କଟ କ୍ଳେଶ ବେଦନା

ମିଳେ ନାହିଁ ଆଶ୍ୱାସନା କି ଅବା ସ୍ନେହ ।

କଣ୍ଟକିତ ହୁଏ ଜୀବନ

ଅହିଂସା ହୁଡ଼ିଲେ ସିନା ସଭିଏଁ ଜାଣ ।


ସକଳ ଶାସ୍ତ୍ର ପୁରାଣ ସହିତ ଧର୍ମ ଦର୍ଶନ 

କରନ୍ତି ପ୍ରତିପାଦନ ଅହିଂସା ଗୁଣ

କାୟ ମନୋ ବାକ୍ୟେ ଅନ୍ୟ ନ କରି କ୍ଷତି ସାଧନ

ଧରିବା ଅହିଂସା ଗୁଣ ଅନୁସରଣ ।

 ମିଳେ ସୁଖ ଶାନ୍ତି ସନ୍ତୋଷ 

ଅହିଂସା ଉପୟେ ହୋନ୍ତି ସଭିଏଁ ବଶ ।


ଦୂରାଏ ମନ୍ଦ ସ୍ବଭାବ ନାଶେ ଜୀବନେ ଅଭାବ

ବଢ଼ାଏ ସଦା ସଦ୍ଭାବ ସହା ବସ୍ଥାନେ

ଦୁଷ୍ଟ କୁ କରାଏ ଶିଷ୍ଟ ନାଶେ ଶଙ୍କା ଓ ଅନିଷ୍ଟ

ସାମ୍ୟ ସଂହତି ଓ ମୈତ୍ରୀ ପ୍ରୀତି ବର୍ଦ୍ଧନେ ।

ହୁଏ ସେହି ହିଁ ସହାୟକ

ଆନନ୍ଦ ତୃପ୍ତି ରେ ଭରେ ଜୀବନ ଯାକ ।



Rate this content
Log in

Similar oriya poem from Abstract