STORYMIRROR

Hrushikesh Satpathy

Classics

3  

Hrushikesh Satpathy

Classics

ଅହିଂସା ଭାସ୍ୱର

ଅହିଂସା ଭାସ୍ୱର

1 min
439

ହେ ବାପୁ

ବିବଶ ନଥିଲ ତୁମେ

ବାସ୍ତବ,ବିକ୍ଷିପ୍ତ ଆଉ ବଳିଷ୍ଠ ଚରିତ୍ର

ତୁମ ସତ୍ତା ଏବେ ବି ସମ୍ଭ୍ରାନ୍ତ

ଏ ଦେଶରେ ଖାଲି ନୁହେଁ

ସମଗ୍ର ବିଶ୍ୱରେ


ସଂଗ୍ରାମ ତୁମରି ଥିଲା

ବର୍ବରତା, ନିଷ୍ଠୁରତା ଆଉ

ଅନ୍ୟାୟ ଉପନିବେଶ ବିରୋଧରେ

ସିଏ ପୁଣି ଶାନ୍ତିର ସମର

ଅହିଂସାର,ଅଲିଭା ଭାସ୍ବର

ଦ୍ବନ୍ଦ୍ୱର ଦୁନ୍ଦୁଭି ଦେଇ

ଅଟଳ ଅଚଳ ଭାବେ

ଗାଁ ରୁ ସହର,ସହରରୁ ଗାଁ,

କ୍ଷେପିଥିଲା ତୁମରି ନିର୍ଲିପ୍ତ ବ୍ୟକ୍ତିତ୍ୱ


ବିଶାଳ ହୃଦୟର ପ୍ରତୀକ ତୁମେ,

ହିମାଳୟ ପରି ନିଶ୍ଚଳ,ସୁଦୃଢ଼  

ବୁଦ୍ଧଙ୍କ ଭଳି ସଂଘ,ସନ୍ଥ ଆଉ

ମାନବ ଧର୍ମର ଆବାହକ ଥିଲ ତୁମେ

ଶୈବତ୍ୱ,ଜୈନତ୍ୱ ଆଉ ବୁଦ୍ଧତ୍ୱର

ତ୍ରିବେଣୀ ସଙ୍ଗମ,ତୁମ ବ୍ୟକ୍ତିତ୍ୱରେ

କାହିଁ ସେ ବ୍ୟକ୍ତିତ୍ୱ

ସାମ୍ପ୍ରତିକ ତିକ୍ତ ବସତିରେ


ତୁମେ ଚିନ୍ମୟ

ତୁମେ ସମନ୍ୱୟ

ପ୍ରାସଙ୍ଗିକତା ଆଉ

ଅପ୍ରାସଙ୍ଗିକତାର

ସକଳଙ୍କ ପାଇଁ ବାଂଛି ବାଂଛି

ଶିକାର ହୋଇଥିଲ

ଅବାଞ୍ଛାନୀୟତାର

ଜାତି,ଧର୍ମ,ବର୍ଣ୍ଣ, ସବୁର

ନାମ ଦେଇଥିଲ,"ମାନବିକତା"


ବ୍ରହ୍ମଚର୍ଯ୍ୟର ବ୍ରତୀ,

ତୁମେ ବ୍ରହ୍ମଚIରୀ

ସାର୍ବଭୌମତ୍ୱର ସଂସ୍ଥାପକ

ଗଣତନ୍ତ୍ରର ଆବାହକ

ଅହିଂସାର ଉପାସକ

ନିଜ ଜନ୍ମ ଜାତକକୁ

କରିଥିଲ ଲୋକାର୍ପଣ,

ଦେଶ ହାତେ,ଜାତି ହାତେ


ହେ ଦେଶଭକ୍ତ

ଉଚ୍ଚ ନୀଚ,ଭେଦ ଭାବ ବିହୀନ

ସର୍ବ ଧର୍ମ ସମନ୍ୱୟ

ଥିଲା ତୁମ ପ୍ରାଣର ପ୍ରଣୟ

ସର୍ବାଗ୍ରେ,ସମୃଦ୍ଧ ସଂକଳ୍ପ ଥିଲା ତୁମ

ସମଗ୍ର ବିଶ୍ୱର ପାଇଁ


ହେ ଦାର୍ଶନିକ

ହେ ବିଶ୍ୱ ନାୟକ

ହେ ଚିର ନମସ୍ୟ

ଆତ୍ମ ତ୍ୟାଗ,ଆତ୍ମ ଉତ୍ସର୍ଗ

ଆତ୍ମ ବଳିଦାନ,ସବୁ ଥିଲା

ତୁମ ଅଙ୍ଗ ଅଳଙ୍କାର

ତୁମ ଲୋକାର୍ପଣ ଭାବ

ହେଉ ଆମ ମନର ଅଗଣା

ତୁମରି ଆଦର୍ଶ ସତ୍ୟ

ହେଉ ଆମ ହୃଦୟ ଗହଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics