ଅଗ୍ରଗଣ୍ୟ ଗଣେଷ ଇଶ
ଆସ ଆସ ପାଉ ସ୍ପର୍ଶ
ପୂଜା କରିବ ବିଶ୍ୱ
ତୁମ ବ୍ୟତୀତ ଅଗଣା
ହେବ ନିଶ୍ୱ
ପିଲାଠାରୁ ବୟୋବୃଦ୍ଧ
ପୂଜାରେ ବଶ
ପାଇବେ ଵୁଦ୍ଧି ସିଦ୍ଧି ରିଦ୍ଧି
ହେବେ ବିଶ୍ୱଜୟୀ ଅବଶ୍ୟ
ତୁମ ଵିନା କିଏ
ଦେବ ବିଦ୍ୟା ଵୁଦ୍ଧି
ହେବାକୁ ପ୍ରକାଶ୍ୟ
ସବୁ ଥିବ ଯଦି ବୁଦ୍ଧି
ନଥିଲେ କି ଫଳିବ ଆଶ
ହେବାକୁ ବିଶ୍ୱ ପ୍ରକାଶ
ହସ୍ତେ ପୁଷ୍ପାଞ୍ଜଳି ଭରି
କରେ ଅର୍ଘ୍ୟ ଧରି
ହୋମ କରିବା ହୁଅ ପ୍ରକାଶ
ଖେଳି ଯାଉ ଆକାଶ
ଶିବ ଶିବା ପୁତ୍ର ଅଗ୍ର ପୂଜ୍ୟ
ଵିଧି ବିଧାନ ଉପଚାର ଆଶ
ପ୍ରକାଶି ଯାଅ ବିଶ୍ୱରେ
ଅମା ଅନ୍ଧାର ନାଶ
ଆଲୋକ ବର୍ତ୍ତିକା ପାଶରେ ଆଶ
ଆସ ଗଣପତି ପାହୁ ଉଆଁସ
ଗଣନାଥ ଦିଅ ସବୁଙ୍କୁ ଆଶିଷ
ବିଦ୍ୟା ସାଥେ ବୁଦ୍ଧିକୁ ପକାଇ ଫାଶ
ଇର୍ଷା ରାଗ ଋଣ ଦୂରେଇ ଦ୍ୱେଷ
ଗଣେଷ ଇଶ ଦିଅ ପରାମର୍ଶ
ଅନ୍ତରେ ରୁହ ହେ କୃତିବାସ
,,,,,,,,,,,,
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ
9040977327