ଅଗ୍ନିପରୀକ୍ଷା
ଅଗ୍ନିପରୀକ୍ଷା
କବିତା - ଅଗ୍ନିପରୀକ୍ଷା
ରଚନା - ପଞ୍ଚାନନ ଜେନା
ତାରିଖ -୦୯-୦୨-୨୦୨୬
+++++++++++++++
ପରୀକ୍ଷା ବିନା ଜୀବନ
ନିରୀକ୍ଷା ବିନା ବିହନ
ଇଞ୍ଜିନ ବିନା ଇନ୍ଧନ
ଲାଗେ ଅନୁଶାସନ ହୀନ
ପରୀକ୍ଷା ପରା ଅଗ୍ନିପରୀକ୍ଷା
ସାପ୍ତାହିକ ହେଇ କି ମାସିକ
ଦୈନିକ ହେଉ କି ପାକ୍ଷିକ
ସାଣ୍ମାଷିକ ହେଉ କି ବାର୍ଷିକ
ସବୁ କେବଳ ସମୟାନ୍ତର କାଳାନ୍ତର ଉପେକ୍ଷା
ପରୀକ୍ଷା ହିଁ ଭର୍ତ୍ତିର୍ଣତାରେ ଭରା ସୋପାନ
କେବେ ଶିଖାଏ ପୁଣି ଡରାଏ
କେବେ ମଖାଏ ପୁଣି ଥରାଏ
କେବେ ସତର୍କ କରାଏ ପୁଣି ଧମକାଏ
ଫଳ ପ୍ରକାଶ ପରେ ପରେ
ଜଣେଇ ଦିଏ
ତା'ର କରାମତି ମହିୟାନ |
କାହାପାଇଁ ଖୁସିର ସମ୍ବଳ
ଆତ୍ମହରା ହେବାର ବେଳ
ମହାର୍ଘ ମୁହୁର୍ତ୍ତରୁ ମୁଠାଏ କେବଳ
ପରା ପରୀକ୍ଷାର ଫଳାଫଳ
ଆଉ କାହାପାଇଁ
ଲୁହର ପର୍ବ ପାଳନ ବେଳ
ଝାଉଁଳା ପତ୍ର ପରି ଅଧାମରା
ବାଜି ହାରି ଯାଇଥିବା କାନ୍ଦୁରା
ଆତ୍ମହତ୍ୟା କରିବାକୁ ବାଧ୍ୟକରେ
ପିଇ ହଳାହଳ
ସତରେ ପରୀକ୍ଷା !
ତୁ ଟା ବଡ଼ ଧରଣର ଛୋପରୀ
ଏମିତି ଡ଼ରାଉ ସେମିତି ଉସୁକାଉ ଯେ
ଜୀବନ ଉତ୍ସର୍ଗ କରିବାକୁ ବାଧ୍ୟ କରୁ ଗୁମୁରି
ସତରେ ପରୀକ୍ଷା !
ତୁ ଟା ଭାରି ମହାମାପକ
ଯେମିତି ରୋଇବ ସେମିତି କାଟିବ
ଯେମିତି ଲେଖିବ ସେମିତି ପାଇବ
ଫଳାଫଳା ପରା ନିଜ ହାତେ ବନ୍ଧା
ଫଳର ଗ୍ରହୀତା ସ୍ୱୟଂ କର୍ମରେ ଆବଦ୍ଧା
ଅଳସୁଆ ପାଇଁ ଶୂନ୍ୟ ଭାଗଣେଷ ପରିଚାୟକ
ପରିଶ୍ରମ ବଳେ
ମନନ ଶକ୍ତିର କୌଶଳେ
ସତତ କସରତ କବଳେ
ଚେଷ୍ଟା ପ୍ରଚେଷ୍ଟା ବହୁଚେଷ୍ଟାର ସମୂଳେ
ପରୀକ୍ଷା ହେବ ଉତ୍ସବ ମୁଖର
ବୋର୍ଡ ପରୀକ୍ଷା ହେଉ ବା ତେଲ ଲୁଣର ଜୀବନ
କମ୍ପିଟେଟିଭ ପରୀକ୍ଷା ହେଉ ବା ସମସ୍ୟା ଦ୍ରବଣ
ଧୌର୍ଯ୍ୟ ଓ କଠିନ ଅଧ୍ୟବ୍ୟସାୟ
ସମୟର ସଠିକ ଉପଚୟ
ନିୟମିତ ପଠନ ଲେଖନ ଦ୍ବୟ
ଲକ୍ଷ୍ୟ ହାସଲ ପାଇଁ ଦୃଢ଼ ମନୋବଳ ଥୟ
ପରୀକ୍ଷା ସମସ୍ୟା ହେବ ଶର୍ମସାର ।
