ଅଗ୍ନି ପରୀକ୍ଷା
ଅଗ୍ନି ପରୀକ୍ଷା


ଅଗ୍ନି ପରୀକ୍ଷା
ସାରା ଜୀବନ ର
ସଞ୍ଚୟ କୁ ସମର୍ପିତ
କଲା ପରେ ବି
ସନ୍ତୁଷ୍ଟି ର ପୁଷ୍ପ
ସୁରଭିତ ହୁଏନା,
ଶରୀର ର ସବୁ
ରକ୍ତ ସ୍ବେଦ ହୋଇ
ବୋହି ଯାଏ ସଭିଙ୍କ
ନିମିତ୍ତ, ତଥାପି ଶାନ୍ତି
ଶୋଭା ପାଏନା,
ଆଶା ଏଠି ଅସରନ୍ତି
ଅନେକ ଆକାଂକ୍ଷା
ମନରେ ଚାଲି ଥାଏ ଅହରନିଶି
ଭଲ ମନ୍ଦ ର ସମୀକ୍ଷା
କେଜାଣି କେଉଁ ମୁହୂର୍ତ୍ତ ରେ
ଦେବାକୁ ପଡିପାରେ
"ଅଗ୍ନି ପରୀକ୍ଷା " l