ଅଦନ୍ତା
ଅଦନ୍ତା
ନିକୁଞ୍ଜେ କୁଞ୍ଜରୀ ମଞ୍ଜୁଳ ମଞ୍ଜରି
ଆହ୍ଲାଦେ ଭରଇ ତୁଣ୍ଡେ
ମାତାଲ ମାତଙ୍ଗ ଅମଙ୍ଗେ ଅନଙ୍ଗ
ଆଶ୍ଳେଷି ଭିଡଇ ଶୁଣ୍ଢେ ।
ଦର୍ଶନ ନକରେ ଦଶନ ନିକରେ
ଦୁର୍ବହ ଦେହ ସେ ପୀନ
ଭାବରେ ଭାବିନୀ ସୁଭଙ୍ଗୀ ଭାବିନି
ଭାବୀ ଶିଶୁ ଦନ୍ତହୀନ ।
( ଶବ୍ଦାର୍ଥ :- ନିକୁଞ୍ଜ -ଲତା କୁଞ୍ଜ , କୁଞ୍ଜରୀ - ହସ୍ତିନୀ , ମଞ୍ଜୁଳ - ମନୋହର , ମଞ୍ଜରି - ମୁକୁଳ , ମାତଙ୍ଗ - ହସ୍ତୀ , ଅନଙ୍ଗ - କନ୍ଦର୍ପ , ଦଶନ - ଦାନ୍ତ , ନିକରେ - ସମୂହେ ,ଦୁର୍ବହ - ଯାହା ବହନ କରିବା ଦୁଃସାଧ୍ୟ , ପୀନ - ପୃଥୁଳ ,ଭାବିନୀ - କାମିନୀ , ଭାବିନି - ଭାବି ନାହିଁ , ଭାବୀ - ଆଗାମୀ )
ପ୍ରସନ୍ନ କୁମାର ମାଦଳା
#Positiveindia