STORYMIRROR

sasmita tripathy

Romance Tragedy Thriller

3  

sasmita tripathy

Romance Tragedy Thriller

ଅଧୁରା କାହାଣୀ

ଅଧୁରା କାହାଣୀ

1 min
400


ସେହି ଅଧୁରା କାହାଣୀର 

କେବେ ତୁମେ ଥିଲ ନାୟିକା

ଓ ମୁଁ ତାର ନାୟକ

ତୁମ ଭିତରେ ଉଙ୍କି ମାରୁଥିଲା

ଏକ ତୃପ୍ତିହୀନ କ୍ଷୁଧା 

ଅନ୍ତ ହୀନ ଅଶାନ୍ତି ତାର 

ନିତ୍ୟ ସହଚର


ସାଜୁଥିଲ ତୁମେ ଅଭିସାରିକା

ମିଳନର ଛନ୍ଦରେ ମୋ ଦେହର

ଅଣୁ ପରମାଣୁ ହେଉ ଥିଲା ସ୍ପନ୍ଦିତ

ଆତ୍ମୋଉତ୍ସର୍ଗ ପାଇଁ ତୁମେ ଥିଲ

ବ୍ୟାକୁଳତାର ଶୀର୍ଷରେ

ପୁଞ୍ଜିଭୂତ କାମନା ହୃଦୟର 

ତନ୍ତ୍ରୀକୁ କରୁଥିଲା ରସସିକ୍ତ

କୁସୁମମଣ୍ଡିତ କବରୀ ତୁମର 

ଆମନ୍ତ୍ରଣର ବାର୍ତ୍ତା ଦେଉଥିଲା

ଶତ ବସନ୍ତକୁ

ଅନ୍ତରରେ ତୁମ ଆକାଂକ୍ଷିତ 

ମୁହୂର୍ତ୍ତର ମିଳନ ଆକାଂକ୍ଷା

ପ୍ରଶ୍ୱାସରେ ମଳୟର ବିଳାପ 

ଗାଉ ଥିଲା ଆତ୍ମ ନିବେଦନର

ପ୍ରାଣ ସଙ୍ଗୀତ


କେଜାଣି କେଉଁ ଗନ୍ଧର୍ବର

ଅଭିଶାପ ହେଲା ଫଳିଭୂତ

ପ୍ରଣୟର କାଗଜ ଡଙ୍ଗାରେ

ଆସୁଥିଲା ବିଦଗ୍ଧ 

ହୃଦୟର ବେଦନା

ଶେଷ ବସନ୍ତଟା 

ଶେଷ ନିଃଶ୍ୱାସ ତ୍ୟାଗ 

କରି ସାରି ଥିଲା

କାଳ ବୈଶାଖୀର ସ୍ପର୍ଶରେ 

ପ୍ରଣୟର ପ୍ରାଣ ବଳିଦାନ ଦେଇ

ପ୍ରେମ ହୋଇ ଗଲା ଅଧା ଅଧୁରା


ରୋମାଞ୍ଚିତ କଣ୍ଠସ୍ୱର ରୁଦ୍ଧ

ହୋଇ ଆସୁ ଥିଲା 

ହୃଦୟ ଦୁଇଟା ଯୋଡିବା

ପୂର୍ବରୁ ଭଗ୍ନ ମନ୍ଦିରର

 ଭଗ୍ନାବଶେଷ ପାଲଟି ଥିଲା 

 ନା ଭୁଲ ଥିଲା ନାୟକର 

 ନା ନାୟିକାର 

 ନା ସମୟ ସାଜିଲା ବଇରୀ

 ଶେଷ ଦୃଶ୍ୟ ଆସିବା ଆଗରୁ 

 କାହାଣୀ ତାର ଯବନିକା ଟାଣି

 ରହି ଗଲା ଅଧୁରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance