Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Abstract Tragedy

4  

Bidulata Sahoo

Abstract Tragedy

ଅଧୀନ ଜନତା ର ଗୁହାରି

ଅଧୀନ ଜନତା ର ଗୁହାରି

1 min
344



ସ୍ୱାଧୀନ ଦେଶର ଅଧୀନଜନତା

               ଜଣାଏ ମୁଁ ଆଜି ହାତଜୋଡି,

ତୁମପିଲା ସହ ମୋ ପିଲା ବସି

             ପାରୁନି କାହିଁକି ପାଠପଢ଼ି |

ମୋ ପିଲା କିଆଁ ଜରି ଗୋଟାଉଛି

               ଯାଇପାରୁନାହିଁ ପାଠ ପଢ଼ି,

ରୋଗହେଲେଟିକେ ଓଷଦ ପାଉନି

               ମରୁଛି ରୋଗରେ ସଢ଼ିସଢ଼ି |

ମୋଝିଅ ଯାଇ ବାସନ ମାଜୁଛି ଏ ସାଇ ସେସାଇ

                        ବୁଲିବୁଲି,

କାମକରିବାକୁ ନ ଗଲେ ଦିନଟେ

              ଜଳେନାହିଁ ମୋର ଘରେ ଚୁଲି |

ମୁଁ କିଆଁ ପିନ୍ଧି ସାତସିଁଆ ଲୁଗା

               ବାସନ ମାଜୁଛି ତୁମଘରେ,

ତୁମେ କିଆଁ ବସି ଚଉକି ଉପରେ

               ହୁକୁମ ଝାଡୁଛ ମୋ ଉପରେ |

ଗାଆଁରେ ଗାଆଁରେ ଭାଟି ଖୋଲିଦେଲ

              ନିତି ମୋ ଲୋକ ମଦପିଏ,

ରୋଜଗାର ଯାହା କରିଥାଏ ତାକୁ

             ସେହିଠାରେ ଛାଡି ଆସିଥାଏ |

ମୋଘରେ ଚୁଲି ଦିଦିନରେ ଜଳେ

             ନିତି ଚାଲିଥାଏ ମାରପିଟା

ଭଲମନ୍ଦ ସେତ ବହୁଦୂରେ ମୋର

            ଘରେନାହିଁ ଖଣ୍ଡେ ଲୁଗାପଟା |

ସରକାର ଖଣ୍ଡେ ଘର ଦେଇଥିଲେ

               ଛାଡିଗଲାଣି ତା ପଲସ୍ତରା,

ବରଷେ ହୋଇନି ପାଣି ଗଳିଲାଣି

              ଓଦାହୁଏ ମୋର ଘରସାରା |

ସରକାର ଆମ ଦେଇତନାହାନ୍ତି

             ଶିଶୁ ଶ୍ରମିକକୁ ଅନୁମତି,

ପିଲାଯଦି ଆମ କାମନ କରିବେ

               ଉପାସ ରହିବୁ ଆମେ ନିତି |

ଛବିଶିଦିନ ମୁଁ ସ୍କୁଲ୍ ଯାଇଥିଲି

             ପଚାରିଲେ ସେଠି ମୋତେ ଦିଦି,

ଗଣତନ୍ତ୍ରମାନେ କଣ ବୁଝୁଛ

              କହିଲି ମୁଁ ପାଏ ସେଉବୁନ୍ଦି |

ମୋରକଥା ଶୁଣି ହସିଲେ ସମସ୍ତେ

              ମନେ ମୋ ଆସିଲା ଭାରିଭୟ,

ବହୁଭାବିଭାବି କହିଲି ନେତାଙ୍କ

                ଭାଷଣକୁ କରୁ ଜୟଜୟ |

ତଥାପି ହସିଲେ ଭାବୁଛି ମୁଁ ଏବେ

                 ବୁଝିପାରିନାହିଁ ମୁଁହି ଯାହା,

ଅଧୀନଜନତା ହାତଯୋଡି କହେ

             ବୁଝାଇଦେବ କେ ମୋତେ ତାହା |


Rate this content
Log in

Similar oriya poem from Abstract