STORYMIRROR

Bijaya Panda

Abstract Others

3  

Bijaya Panda

Abstract Others

ଅଧାଗଢ଼ା ସ୍ଵପ୍ନର ଘର

ଅଧାଗଢ଼ା ସ୍ଵପ୍ନର ଘର

1 min
373

ତୋଳିବାକୁ ମନବଳାଇଥିଲ

ସେହ୍ନର ଶ୍ରଦ୍ଧାର ମନ୍ଦିର ପରି ଘରଟିଏ

ହେଲେ,

ଅଣ୍ଟାରେ ନଥିଲା କାଣି କଉଡ଼ିଟିଏ

ଯାହା ସ୍ୱଳ୍ପ କିଛି ଅର୍ଜିଥିଲ

ପେଟକୁ କାଟି ଯାହା ସଞ୍ଚିଥିଲ

ସନ୍ତାନଙ୍କ ଲାଳନ ପାଳନ ପାଇଁ ସାରିଲ ।


ଅପ୍ରମିତ ଭଲପାଇବାକୁ ନେଇ

ଭାବିଥିଲ ଘର କାନ୍ଥ ସବୁ ଦେବ ରଙ୍ଗେଇ

ହେଲେ,

ଅଦିନିଆ ବର୍ଷା ତାକୁ ଦେଲା ଲିଭେଇ ।


ଭାବିଥିଲ ଫୁଟିବ ନାନା ରକମର ଖୁସିର ଫୁଲ ତୁମ ବଗିଚାରେ

ନୀତିଦିନ ଦେଉଥିବ ପାଣି ନିଜ ହାତରେ

ଫୁଟିବା ଆଗରୁ ଝାଉଁଳି ପଡ଼ିଲା କାଳ ବୈଶାଖୀରେ ।


ଦେଖିଥିଲ ସ୍ୱପ୍ନ କେତେ ରାତ୍ରି ଉଜାଗରରେ

ଆସିବ ଖୁସିର ଲହରୀ

ଖେଳିବେ ନାତି ନାତୁଣୀ ତୁମ ଘର ଅଗଣାରେ

ସାଜିଥିଲା ବେଦୀ ବାଜିଥିଲା ମହୂରୀ

ନା ବର ନା ବରଯାତ୍ରୀ ଆସିଥିଲେ

ଅହଲ୍ୟା ପାଷାଣ ପାଲଟିଥିଲେ


ନା ଦେଇ ପାରିଲ ରଂଗ ତୁମ ପସନ୍ଦର

ନା ସାଜି ପାରିଲ ବଗିଚାର ମାଳି

ନା ଖେଳିପାରିଲ ଲୁଚକାଳି

ତାମସା ଦେଖିଲା ଏ ସଂସାର

ବାକି ରହିଗଲା ସ୍ୱପ୍ନ

ଅଧାଗଢ଼ା ରହିଗଲା ..ସ୍ବପର ଘର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract