Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଅଡୁଆ ପ୍ରଶ୍ନ

ଅଡୁଆ ପ୍ରଶ୍ନ

1 min
327


  ଏ ଜୀବନଟା ଗୋଟେ 

         ଅଡୁଆ ପ୍ରଶ୍ନ 

   ପାଇବା ହରାଇବାର

     ଅନେକ ଚିହ୍ନ

   କେତେ ବିଶ୍ଵାସ ଅବିଶ୍ଵାସର

    ସମାହାର ଏ ଜୀବନ

   ଏ ଜୀବନଟା ଗୋଟେ 

        ଅଡୁଆ ପ୍ରଶ୍ନ ।।


  ମିଳନ ବିରହ କୁ ନେଇ ପ୍ରଶ୍ନ

   ପ୍ରେମ ପ୍ରତାରଣା କୁ ନେଇ ପ୍ରଶ୍ନ

   ଭାଇ ବନ୍ଧୁ କୁଟୁମ୍ବ ର 

    ସମ୍ପର୍କ କୁ ନେଇ ପ୍ରଶ୍ନ

   ମୁଁ ତୁ ସେ କୁ ନେଇ ପ୍ରଶ୍ନ

   ଏ ଜୀବନଟା ଗୋଟେ 

        ଅଡୁଆ ପ୍ରଶ୍ନ ।।


   ଶତ୍ରୁ ମିତ୍ର କୁ ନେଇ ପ୍ରଶ୍ନ

    ଭାବ ଅଭାବକୁ ନେଇ ପ୍ରଶ୍ନ

    ଜାତି ଅଜାତିକୁ ନେଇ ପ୍ରଶ୍ନ

     ଧର୍ମ ଅଧର୍ମକୁ ନେଇ ପ୍ରଶ୍ନ

    ହିଂସା ଅହିଂସା କୁ ନେଇ ପ୍ରଶ୍ନ

     ଏ ଜୀବନଟା ଗୋଟେ 

          ଅଡୁଆ ପ୍ରଶ୍ନ ।।

    

   ଆସ୍ତିକ ନାସ୍ତିକ କୁ ନେଇ ପ୍ରଶ୍ନ

    ଭିନ୍ନ ଆଦର୍ଶବୋଧକୁ ନେଇ ପ୍ରଶ୍ନ

    ଦେଶ ଦେଶ କୁ ନେଇ ପ୍ରଶ୍ନ

   ପରିବାର ପରିବେଶ କୁ ନେଇ ପ୍ରଶ୍ନ 

    ନେତା ଅଭିନେତା

      ଜନତା ଙ୍କୁ ନେଇ ପ୍ରଶ୍ନ

     ଏ ଜୀବନଟା ଗୋଟେ

         ଅଡୁଆ ପ୍ରଶ୍ନ ।।

   

    ସାହିତ୍ୟ, ବିଜ୍ଞାନ, 

     ସମାଜ ବିଜ୍ଞାନ କୁ ନେଇ ପ୍ରଶ୍ନ

    ଶ୍ରେଣୀ ସଂଘର୍ଷ କୁ ନେଇ ପ୍ରଶ୍ନ

    ତ୍ୟାଗ ଭୋଗ କୁ ନେଇ ପ୍ରଶ୍ନ

    ସାହିତ୍ୟ, ସାହିତ୍ୟିକ,କବି,ଲେଖକ 

     ପାଠକ ଙ୍କୁ ନେଇ ପ୍ରଶ୍ନ

    ଏ ଜୀବନଟା ଗୋଟେ

           ଅଡୁଆ ପ୍ରଶ୍ନ।।


   ଜନ୍ମ କର୍ମ ଓ ମୃତ୍ୟୁ କୁ ନେଇ ପ୍ରଶ୍ନ

   କର୍ମ ଓ କର୍ମଫଳ କୁ ନେଇ ପ୍ରଶ୍ନ

    ଜୀବନ ଜୀବିକାକୁ ନେଇ ପ୍ରଶ୍ନ

   ପରୋପକାରିତା ତଥା 

     ସ୍ଵାର୍ଥପରତା କୁ ନେଇ ପ୍ରଶ୍ନ

  ବ୍ୟକ୍ତି ସ୍ଵାର୍ଥ ସମୂହ ସ୍ଵାର୍ଥକୁ ନେଇ ପ୍ରଶ୍ନ 

   ଜୀବନ ଓ ଜୀବନ ଦର୍ଶନ କୁ ନେଇ ପ୍ରଶ୍ନ

    ଏ ଜୀବନଟା ଗୋଟେ

           ଅଡୁଆ ପ୍ରଶ୍ନ ।।


    

   


   


Rate this content
Log in

Similar oriya poem from Abstract