STORYMIRROR

Prafulla Chandra Mishra

Romance Tragedy

3  

Prafulla Chandra Mishra

Romance Tragedy

ଅଚିହ୍ନା ଶବ

ଅଚିହ୍ନା ଶବ

1 min
246


ମୁଣ୍ଡ କଟା ଏକ ଅଚିହ୍ନା ଶବ ସେ ପୁଷ୍ପା ଗୋଟେ ଫୁଲ ପରି

ଅଦିନେ ସେ ଝରିଗଲା ବଣଫୁଲ ବନରେ ଗଲା ମଉଳି

ନିଜର ଛଳନା ଜୁଇରେ ଜଳିଲା ଜଣେ ପରେ ଜଣେ ପତି

ବଦଳାଇ ପ୍ରେମ ବାଣ୍ଟୁ ବାଣ୍ଟୁ ପରା ପାହି ଯାଇଥିଲା ରାତି ।।


କି ଆକାଶ ଛୁଆଁ କେତେ ସ୍ଵପ୍ନ କେତେ ସୁଖ ସରାଗ ର ଦିନ

ଜଳିଗଲା କ୍ଷଣେ ଛଳନା ନିଆଁ ରେ ଘୋଟି ଆସିଲା ଦୁର୍ଦ୍ଦିନ

ଶେଷ ପରିଣାମ ବିଭତ୍ସ ମୃତ୍ୟୁରେ ଡୁବିଲା ଜୀବନ ତରି

ମୁଣ୍ଡ କଟା ଏକ ଅଚିହ୍ନା ଶବ ସେ ପୁଷ୍ପା ଗୋଟେ ଫୁଲ ପରି ।।


ଶାଶ୍ଵତ ପ୍ରେମରେ ମନ ଏକାକାର ହୋଇଯାଇଥାଏ ପ୍ରିୟା

ସେ ପ୍ରେମରେ ଥାଏ ମହୁଆ ମହକ ନଥାଏ‌ ଛଳନା ମାୟା

ସାର୍ଥକ ହୁଅଇ ଜୀବନ ଜାତକ ଭବାମ୍ଵୋଧି ହୁଏ ପାରି

ମୁଣ୍ଡ କଟା ଏକ ଅଚିହ୍ନା ଶବ ସେ ପୁଷ୍ପା ଗୋଟେ ଫୁଲ ପରି ।।


ଛଳନା ଛଳରେ ସଂସାରେ ଜୀବନ ଅକାଳରେ ଯାଏ ଝରି 

ମୁଣ୍ଡ କଟା ଏକ ଅଚିହ୍ନା ଶବ ସେ ପୁଷ୍ପା ଗୋଟେ ଫୁଲ ପରି ।।



Rate this content
Log in

Similar oriya poem from Romance