ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ଜହ୍ନରାତିର ଓଢଣା ଫାଙ୍କରୁ
ଲୁଚି ଲୁଚି ଦେଖୁଥିଲ
ତୁମେ କି ସେ ଅଚିହ୍ନା ମଣିଷ ।
ଝରୁଥିଲା ଜ୍ୟାେସ୍ନା କବିତାରେ ତୁମ
ଇସାରାରେ ଡାକୁଥିଲ
ତୁମେ କି ସେ ଅଚିହ୍ନା ମଣିଷ ।
ରଂଗ ବାେଳିଦେଲ ଲୁଚିଛପି ଆସି
ବାହୁରେ ବାନ୍ଧିନେଲ
ତୁମେ କି ସେ ଅଚିହ୍ନା ମଣିଷ ।
ଭଲପାଏ ବାେଲି କାନେ କହିଦେଲ
ହାତ ମାେର ଧରିଦେଲ
ତୁମେ କି ସେ ଅଚିହ୍ନା ମଣିଷ ।
ନୀରବ ଶବ୍ଦରେ ପାହିଗଲା ରାତି
କାେଳେ ମାେର ଶାେଇଗଲ
ତୁମେ କି ସେ ଅଚିହ୍ନା ମଣିଷ ।
