STORYMIRROR

Debadatta Jena

Romance Tragedy

2  

Debadatta Jena

Romance Tragedy

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
160


ଅଳପ ମନରେ ଅଳପ ଇଚ୍ଛାରେ


ବାଲି ଘରଟିଏ ତୋଳିଥିଲି,


ଟିକିଏ ସ୍ନେହରେ ଟିକିଏ ଶ୍ରଦ୍ଧାରେ


ଯେଉଁ ରୁପକଳ୍ପ ଆଂକିଥିଲି,


ଗଳ୍ପ ନୁହେଁ ଜମା ନୁହେଁ ବି କଳ୍ପନା,


ସବୁ ସତ ବୋଲି ଭାବିଥିଲି,


ଭାବନା ମୋ ବୋଳିଥିଲି..


ଏଇ କାହାଣୀରେ ଶେଷ ଯବନିକା


ପଲକେ ଚୋରେଇ ନେଲି..


ଏଇ ଶ୍ରାବଣେ ବରଷି ଗଲି..


ଏବେ ବରଷି ପାରୁନି ତ ଖାଲି..!


ତୁମକୁ ପାରୁନିତ ଭୂଲି... !!


ରୂପରେ ରଂଗରେ ଆକାଶ ଆଖିରେ


ସପ୍ତରଙ୍ଗୀ ସାଜି ଥିଲି,


ଛଅ ଋତୁ ସଂଗେ ସାତ ରଂଗ ଆଣି


ମୁଁ ଇନ୍ଦ୍ରଧନୁ ବନିଥିଲି..


ଚନ୍ଦ୍ରିକା ତୋଳି ବାଦଲ ସାଥିରେ


ମେଘ ମହ୍ଲାରେ ନାଚିଥିଲି,


କେତେ ଶ୍ରାବଣରେ ଭିଜିଥିଲି..,


ସାରା ଆକାଶକୁ ଛୁଇଁଥିଲି ..,


ଅଳପ ମନର ଅଧାଗଢା ଗଳ୍ପ


ନିଜଠୁଁ ଦୁରେଇ ନେଲି ...


ଟିକେ ରାଗରୁଷା ଟିକେ ପରିଭାଷା


ଛଳନାରେ ଭଳିଗଲି..,


କଳ୍ପନାରେ ମଜିଗଲି..! ହେଲେ..,


ଦୁରେଇ ପାରୁନି ତ ବୋଲି..! କେବେ,


ଚିହ୍ନାରୁ ଅଚିହ୍ନା ଯେ ହେଲି, ଏବେ,


ଅଚିହ୍ନା ଅଚିହ୍ନା ଲାଗିଲି..

କେବେ ଅଚିହ୍ନା ମଣିଷ ମୁଁ ହେଲି.. 


କୁହ ତୁମକୁ ପାରିବି ତ ଭୂଲି..??? 



Rate this content
Log in

Similar oriya poem from Romance