ଅଚିହ୍ନା ମଣିଷ
ଅଚିହ୍ନା ମଣିଷ


ସ୍ମୃତି ତୁମର କେବେ ଭୁଲି ପାରିବିନି,
ତୁମର ସେ ସ୍ପର୍ଶକୁ କେବେ ପୋଛି ପାରିବିନି।
ତୁମରି ସାଥେ କଟିଥିବା କିଛି ମୁହୂର୍ତ୍ତକୁ,
ସ୍ଵର୍ଣ୍ଣିମା ଭଳି ଇଚ୍ଛା ହୁଏ ସାଇତି ରଖିବାକୁ।
ତୁମର ମୋର ସମ୍ପର୍କକୁ ବୁଝିପରେନା,
ହୃଦୟର ସମ୍ପର୍କଟିକୁ ନାଁ ଟିଏ ଦେଇ ପାରେନା।
ଉତ୍କଣ୍ଠାରେ ପ୍ରତୀକ୍ଷା କରିଥିଲି ତୁମକୁ,
ଦେଖି ହୃଦୟ କହେ ପ୍ରେମାଗ୍ନିରେ ଜଳିବାକୁ।
ତୁମ ଭାବନା ଯେବେ ହୃଦୟକୁ ଛୁଇଁ ଯାଏ,
କିଛି ଅନ୍ତରଙ୍ଗ ମୁହୂର୍ତ୍ତ ମନେ ପକାଇ ଦିଏ।
କିଛି ଅନୁଭୂତି ଗୁନ୍ଥି ହୋଇଯାଏ,
କିଛି ସ୍ମୃତି ଅଭୁଲା ରହିଯାଏ।
ଅଚିହ୍ନା ହୋଇ ଆସିଥିଲ ଏ ଜୀବନେ
ଜାଣିନି ନିଜର କେବେ ହୋଇଗଲ ଏ ମନେ।
ଆଦେଖା ସ୍ବପ୍ନ ମନ ଦେଖୁଥାଏ,
କିଛି ବାସ୍ତବିକ ତା ଆଉ କିଛି କଳ୍ପନିକତା
କାଗଜ କଲମରେ ଲେଖିହୋଇଯାଏ।
ଜାଣେନା ତୁମ ସହ ଆଉ ଦେଖା ହବ କି ନା,
ଅମାନିଆ ମନ ମୋର ତୁମକୁ ଭୁଲି ପାରେନା।
ଛୋଟ ପିଲା ଭଳି ଜିଦ୍ କରେ ହୃଦୟ ମୋର,
ତୁମକୁ ଦେଖିବା ପାଇଁ।
ଅଝଟ ହୋଇ ମନ ଉଣା କରେ,
ତୁମରି ସେ ସ୍ପର୍ଶ ପାଇବ ପାଇଁ।
ତୁମର କଣ ମନେ ପଡେନା ସେହି ମୁହୂର୍ତ୍ତ,
ଯେବେ ଆମେ ଏକ ହୋଇ
ପ୍ରେମ କୁ କରିଥିଲେ ନିଃସ୍ଵାର୍ଥ।।