STORYMIRROR

SARATA KUMAR DAS

Tragedy

3  

SARATA KUMAR DAS

Tragedy

ଅବ୍ୟକ୍ତ ଯନ୍ତ୍ରଣା

ଅବ୍ୟକ୍ତ ଯନ୍ତ୍ରଣା

1 min
9.2K


-

ମୁଁ ଦେଖୁଛି ମୋ ସାମ୍ନାରେ

ହୁତୁହୁତୁ ଜଳୁଅଛି

ସାତତାଳ ପାଣି ଆଠତାଳ ପଙ୍କର ଘେରରେ

ସାଇତି ରଖିଥିବା ନିଷିଦ୍ଧ ଫରୁଆରେ

ଆୟୂଷ ଟିକକ,

ନିଦାରୁଣ ବ୍ୟର୍ଥତାର ତାଡନାରେ

ସମୟର ସିଆଳି ଲଟାରେ

ଛନ୍ଦି ହୋଇ ଚିତ୍କାର କରୁଛି

ମୋ ଭିତରେ ଥିବା

କେଉଁ ଏକ ଉଦ୍ଧତ ମଣିଷ ।।


ଅଣୁରେ ଅଣୁରେ ଗୁନ୍ଥି ହୋଇଯାଏ

ନିର୍ମମ ଯନ୍ତ୍ରଣାର ଅଶ୍ରୁସିକ୍ତ ଭାବ

ଐକାନ୍ତିକ ବୌଦ୍ଧିକ ଚେତନା ମୋ

ଉଡି ଯାଆନ୍ତି ଦୂରକୁ ଦୂରକୁ

ସାତ ସମୁଦ୍ର ତେର ନଈ ଡେଇଁ ,

କାଳ ରାତିର କରାଳତା ଢାଙ୍କି ଦିଏ

ସତ୍ୟ-ଶିବ-ସୁନ୍ଦର ର ବିମୁଗ୍ଧ ଭାବ,

କବଳିତ ହୁଏ ମନ ପ୍ରାଣ ଓ ଶରୀର

ରାଶି ରାଶି ନିଶ୍ଚେତନା ,ସ୍ଥାଣୁଭାବ

ଅପ୍ରତ୍ୟୟଯୁକ୍ଥ ଅଚେତନତାରେ।।


ପୂର୍ଣ୍ଣଗର୍ଭା ସୁବର୍ଣ୍ଣ କଳସୀ

ଘୁଂଚି ଘୁଂଚି ଯାଏ

ସମୟର ଶ୍ବେତହସ୍ତୀ ବାଟବଣା ହୁଏ

ନିସ୍ତେଜ,ନିଷ୍ପ୍ରଭ,ନିଃଶବ୍ଦ ସାମ୍ରାଜ୍ୟରେ

ମଧୁର ପ୍ରତାରଣାର ସ୍ପର୍ଦ୍ଧିତ ସ୍ପନ୍ଦନ

ପୁନଶ୍ଚ ଘୂର୍ଣ୍ଣନ ଏକ ମହାପ୍ରଳୟର

ସଂଘର୍ଷର ସୂତ୍ରପାତ, ବିପ୍ଳବ ର ସ୍ବାଗତ ଉସ୍ଛବ ।

ଦୃଶ୍ୟରୁ ଦୃଶ୍ୟାନ୍ତର ହୁଏ ମୁକଳିତ କଢି,

ବୈଶାଖୀର ପ୍ରଚଣ୍ଡ ଝାଞିରେ

ବାସହୀନ ଲାଗେ ବସନ୍ତର ମଧୁର ମହକ,

ସତ୍ୟ ର ଆଲୋକ ଲିଭି ଗଲାବେଳେ

ନର୍କର ଠିକଣା ଖୋଜିଚାଲେ

ଆଜିର ସ୍ବାର୍ଥନ୍ଧ ଉଦ୍ଭ୍ରାନ୍ତ ମଣିଷ।।


--'----'--'---'-----'


ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ ବଡବିଲ।


-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy