STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ଅବୁଝା ସଂସାର

ଅବୁଝା ସଂସାର

1 min
253

 ଅବୁଝା ଏ ମନ ଅବୁଝା ସଂସାର

 କିଏ ବୁଝିବ ବା କଷଣ କାହାର


କାହା ପାଇଁ ନାହିଁ କା'ର ବେଳ ଏଠି

ରାଗ ଅଭିମାନେ ବିତେ ସମୟ ଟି


ମନ ଯାହା ଚାହେଁ ହେବା କି ସମ୍ଭବ 

ହେବ ଯଦି ତାହା ରହେ କି ଅଭାବ


ପ୍ରେମିକଟେ ଖୋଜେ ପ୍ରେମ ଖାଲି ତା'ର

ପ୍ରେମିକା ପାଇଲେ ବିସ୍ମରେ ସଂସାର


ଶୈଶବ ଟି ଲୋଡ଼େ ଖାଲି ସ୍ନେହ ଶ୍ରଦ୍ଧା

ନ ଥିବ ଆକଟ ଖେଳୁଥିବ ସଦା


କବି ଖୋଜେ ଖାଲି କବିତା ଆସର

ଲେଖା ରେ ନିମଜି ଭୁଲେ ଘରଦ୍ୱାର


ଆଧ୍ୟାତ୍ମିକବାଦୀ ଖୋଜେ ସତସଙ୍ଗ

ପ୍ରଭୁ ନାମ ଜପି ଆନଠି ବିରାଗ


ଚିତ୍ରକର ମନ ସୈାନ୍ଦର୍ଯ୍ୟ ଦର୍ଶନେ

ରୂପସୀ ପ୍ରକୃତି ବନେ ଉପବନେ


ଚୋର ମନ ଲୋଡ଼େ ନିର୍ଜନପ୍ରହରେ

ଲୁଟିବାକୁ ପଶି ଧନୀକ ଗୃହରେ


ଯେଝା ମନ ରତ ନିଜସ୍ୱ ନିଶାରେ

ଅବିରାମ କାଳ ତା 'ନିଜ ଦସାରେ


ତେବେ କିଏ ମାନ କରିବ କା'ପରେ

ସର୍ବେ ଯଦି ବ୍ୟସ୍ତ ଆପଣା ଭିତରେ


ମାନ ଅଭିମାନ ନ କର କା'ପରେ

ଆଜି ଯାହା କାଲି ନ ଥାଇ ବି ପାରେ


କ୍ଷଣିକ ଜୀବନେ କିଏ କେବେ ପୁଣି

ଚିର ଦିନ ପାଇଁ ହୋଇଯାଏ ତୁନି


ଡାକିଲେ ନ ମିଳେ ଆଉ ତା' ଉତ୍ତର

କାଳ ଗର୍ଭେ ଲୁଚି ଯାଏ ମୁଖ ତା'ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract