ଅବସର
ଅବସର
ତୁମ ଅବସ ରେ ନୟନ ବାରିରେ
ଆପେ ଆପେ ଯାଏ ଭିଜି
ପାଉ ନାହିଁ ଭାଷା କହିବାକୁ କଥା
ତୁମରି ମମତା ଖୋଜି
ଅବୁଝା ମନକୁ ବୁଝାଇ ପାରେନା
ଶୁଭୁନି ପ୍ରୀତିର ସ୍ଵନ।
ନିୟମରେ ବନ୍ଧା ସମୟର ଚକ
ପହଞ୍ଚିଲା ହସି ହସି
ଦୁନିଆଁ ର ରୀତି ତୁମ ଆମ ପ୍ରୀତି
ଶେଷ ହେଲା ସବୁ ଖୁସି
ଭଙ୍ଗା ଗଢା ଏହି ସଂସାର ଭିତରେ
କଟିଲା ସବୁ ବନ୍ଧନ।
ହସ ଦୁଇ ଧାର ଲୁହ ଦୁଇ ଗାର
ଅନ୍ତରେ ଆବେଗ କୋହ
ଭୁଲି ନାହିଁ ମନ ତୁମରି ବନ୍ଧନ
ତୁମ ମମତାର ମୋହ
ମାଆ ପରି ସଦା କୋଳେଇ ନେଇଛ
ସ୍ନେହ ଭରା ତୁମ ମନ।
ଯୁଗ ବିତି ଯିବ କଥା ରହି ଯିବ
ନ କରିବ କେବେ ପର
ତୁମରି ଜୀବନ ସୁଖମୟ ହେଉ
କ୍ଳାନ୍ତି ହୋଇ ଯାଉ ଦୂର
ନୀରବ ନିଶ୍ଚଳ ଲାଗେ ଆଜି ସବୁ
ଚତୁର୍ଦ୍ଦିଗ ସୁନ୍ ଶାନ୍ ।
