STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ଅବସର

ଅବସର

1 min
195

ତୁମ ଅବସ ରେ ନୟନ ବାରିରେ

ଆପେ ଆପେ ଯାଏ ଭିଜି

ପାଉ ନାହିଁ ଭାଷା କହିବାକୁ କଥା

ତୁମରି ମମତା ଖୋଜି

ଅବୁଝା ମନକୁ ବୁଝାଇ ପାରେନା

ଶୁଭୁନି ପ୍ରୀତିର ସ୍ଵନ।


ନିୟମରେ ବନ୍ଧା ସମୟର ଚକ

ପହଞ୍ଚିଲା ହସି ହସି

ଦୁନିଆଁ ର ରୀତି ତୁମ ଆମ ପ୍ରୀତି

ଶେଷ ହେଲା ସବୁ ଖୁସି

ଭଙ୍ଗା ଗଢା ଏହି ସଂସାର ଭିତରେ

କଟିଲା ସବୁ ବନ୍ଧନ।


ହସ ଦୁଇ ଧାର ଲୁହ ଦୁଇ ଗାର

ଅନ୍ତରେ ଆବେଗ କୋହ

ଭୁଲି ନାହିଁ ମନ ତୁମରି ବନ୍ଧନ

ତୁମ ମମତାର ମୋହ

ମାଆ ପରି ସଦା କୋଳେଇ ନେଇଛ

ସ୍ନେହ ଭରା ତୁମ ମନ।


ଯୁଗ ବିତି ଯିବ କଥା ରହି ଯିବ

ନ କରିବ କେବେ ପର

ତୁମରି ଜୀବନ ସୁଖମୟ ହେଉ

କ୍ଳାନ୍ତି ହୋଇ ଯାଉ ଦୂର

ନୀରବ ନିଶ୍ଚଳ ଲାଗେ ଆଜି ସବୁ

ଚତୁର୍ଦ୍ଦିଗ ସୁନ୍ ଶାନ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy