STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ଅବଶୋଷର ଧୁଆଁ"

ଅବଶୋଷର ଧୁଆଁ"

1 min
400

ଅବଶୋଷ କେବେ ଭଲ କାମ ପାଇଁ

ଆସିବନି କା ଜୀବନେ

ଯଦି ଅଜଣାତେ ଭୁଲ୍ କିଛି ହୁଏ

ଜାଳେ ଅବଶୋଷ ମନେ।


ଅବଶୋଷ କରି କିଛି ମିଳେନାହିଁ

ମିଳଇ ତ ଦୁଃଖ ଖାଲି,

ଯେଉଁ ଦୁଃଖ ର ତ ଶେଷ କେବେ ନାହିଁ

ଜୀବନ ଗଲେ ବି ସରି।


କଲା କର୍ମ ପାଇଁ ଅବଶୋଷ କରି

କ୍ଷମା ପ୍ରଭୁଙ୍କୁ ମାଗିଲେ,

ଶୁଣିଛି ସେ କ୍ଷମା କରିଥାନ୍ତି ପରା

ଦୁଃଖ ହରିନ୍ୟନ୍ତି ଭଲେ।


ଅବଶୋଷ ଧୁଆଁ ନିଆଁ ହେଲା ପୂର୍ବୁ

ସମର୍ପଣ କରି ଦିଅ,

ମାରିଲେ ମାରିବେ ତାରିଲେ ତାରିବେ

ନିର୍ଭୟରେ ଦିନ ଜୀଅଁ।


ଅବଶୋଷ ଏକ ପ୍ରାୟଶ୍ଚିତ ପରା

କ୍ଷମା ଅଛି ତା ପଛରେ,

ଜାଣି ଜାଣି କିଛି ଭୁଲ୍ କରନାହିଁ

ଜାଣି କ୍ଷମା ନାହିଁ ତାରେ।


ଆଉ କିଛି ଅବଶୋଷ ଧୁଆଁ ଅଛି

ଜୀବନ ର ଶେଷେ ସରେ,

ବହୁତ କଠିନ ସେମିତି ଜୀବନ

ବଞ୍ଚି ଥାଉଁ ଥାଉଁ ମରେ।


ଜୀବନ ଟା ଏକ ଅଛିଣ୍ଡା ଗଣିତ 

କେବେ ଧୁଆଁ କେବେ ନିଆଁ,

ଅବଶୋଷ କେବେ ପ୍ରାୟଶ୍ଚିତ କେବେ

ଭଗବାନଙ୍କ କିମିଆଁ।


ହେ ପ୍ରଭୁ ଜଗତ ନାଥ ତୁମେ ଅଛ

କ୍ଷମା କର ମଣିଷ କୁ,

ଅବଶୋଷ କାହା ଜୀବନେ ନ ଆସୁ

ରକ୍ଷା କର ଏ ଧୁଆଁ କୁ।


କରୋନା ଠାରୁ ବି ବଡ଼ ଭୟଙ୍କର

ଅବଶୋଷ ଏ ଜୀବନେ,

ଏହାର ତ ପ୍ରତିଷେଧକ ଯେ ନାହିଁ

ଜଳି ପୋଡ଼ି ଯାଏ ମନେ।


ଜଳି ପୋଡ଼ି ମରିଯିବା ଠୁ ତ ଭଲ

ଆଲିଙ୍ଗନେ ମୃତ୍ୟୁ ଆସୁ,

ଶ୍ରୀରଙ୍ଗା ଚରଣେ ଶରଣ ପଶୁଛି

ଉଦ୍ଧର ଏ ଧୁଆଁ ଫାଶୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy