STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଅବିସ୍ମରଣୀୟ ମୂହୁର୍ତ୍ତ

ଅବିସ୍ମରଣୀୟ ମୂହୁର୍ତ୍ତ

1 min
376

ପୁରୁଣା ଫଟୋର ଆଲବମ ଦେଖି

ଦୁଃଖ ହରିଯାଏ ମୋର

ଅମାନିଆ ହୋଇ ବହିଯାଏ ପୁଣି

ଲୋତକର ମଧୁ ଝର।

କେତେ ବାହାଘର ବଣଭୋଜି ସ୍ଥଳ

ସାଙ୍ଗସାଥୀ ବନ୍ଧୁ ମେଳ

ହଜିଲା ଅତୀତ ହୁଅଇ ଛବିଳ

ଜୀବନର ଚକ୍ର ଖେଳ।

ପିତାମାତାଙ୍କର ଶ୍ରୀମୁଖ ଦର୍ଶନ

ଆନନ୍ଦ ଖେଳାଏ ମନେ

ହସିଖେଳି ଯହିଁ ବଡ଼ ହୋଇଥିଲି

କୋଳ ଝୁଲଣରେ ଦିନେ।

ଭାଇ ଭଗିନୀର ମଧୁର ସମ୍ପର୍କ

ରାଗ ରୁଷା ଅଭିମାନ

ପ୍ରିୟ ଦରବର ଭାଗବଣ୍ଟା ପୁଣି

କେତେ ତ୍ୟାଗ ବଳିଦାନ।

ଘର ଅଗଣାର ଭୁବନମୋହନ

ଛବିଳ ମୂରତି ରୂପ

ଦରଶନେ ମନ ପ୍ରାଣ ପୁଲକିତ

ଦୂରିଭୂତ ହୃଦ ତାପ।

ଭାଷାରେ ବର୍ଣ୍ଣିବା ନୁହଁଇ ସହଜ

ସେହି ଦିବ୍ୟ ଅନୁଭୂତି

ସର୍ବ ଆନନ୍ଦର ଅଟେ ଆଦିମୂଳ

ବଢାଏ ଜୀବନ ଗତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract