STORYMIRROR

KAMAKSHYA PRASAD BEHERA

Children

3  

KAMAKSHYA PRASAD BEHERA

Children

ଅଭ୍ୟାସ

ଅଭ୍ୟାସ

1 min
195



ପ୍ରଭାତ ରୁ ଉଠି ପଢିବ ପାଠ,

ଅଭ୍ୟାସ ବଳରେ ହୋଇବ ଶ୍ରେଷ୍ଠ।

ଗୋଟିଏ ସ୍ଥାନରେ ଥୋଇବ ଦ୍ରବ୍ୟ, 

ଅନ୍ଧାରରେ ଗଲେ ନିଶ୍ଚେ ପାଇବ । 

ଅଭ୍ୟାସେ ନଥୋଇ ଖୋଜୁଛ ନିତି, 

ତେଣୁ ଅଭ୍ୟାସିବ ମନରେ ଚିନ୍ତି । 

ସାଇକେଲ ଚଲା ଶିଖିବା ଭିଡ଼, 

ସେହି ସାହାସରେ ମଟର ଚଢ । 

ନିତି ନିତ୍ୟକର୍ମ ସାର ସକାଳେ , 

ଦିନ କଟିଯିବ ମନ ଚଞ୍ଚଳେ । 

ଶରୀର ରହିବ ସୁସ୍ଥ ସବଳ, 

ଗାଧୋଇ ଖାଇବ ସମାନ ବେଳ । 

ପଡି ଉଠି ପିଲା ଶିଖନ୍ତି ଚାଲି, 

ଅଭ୍ୟାସ ର ପାଠ ନ ଯିବ ଭୁଲି । 

ମୋବାଇଲ୍ ଚଲା କେଡ଼େ ଅଡୁଆ, 

ଶିଖିକି ଚଲାନ୍ତି ବୁଢ଼ା ବଢିଆ । 

ମନ୍ଦ ଅଭ୍ୟାସ ରେ ନଦେବ ମନ, 

ହାନି ହୁଏ ଜନ ଯଶ ସମ୍ମାନ ।


Rate this content
Log in

Similar oriya poem from Children