STORYMIRROR

Basanti Pattnaik

Inspirational Children

3  

Basanti Pattnaik

Inspirational Children

ପଥ

ପଥ

1 min
363

  ସତ୍ୟ ଅସତ୍ୟ ଦୁଇଟି ପଥ

   ସଜାଗ ହୋଇ ଚାଲରେ ଜୀବ

   ସତ୍ୟ ଦେଖାଏ ଆଲୋକ ପସରା

   ଅସତ୍ୟ ଦେଖାଏ ଅନ୍ଧାର ମେଳା

   ଅସତ୍ୟ ପଥ ବଡ଼ ବିଷମ

    ଜୀବନ କୁ କରେ ହଳାହଳମୟ

   ଅସତ୍ୟ ଧନ ବଢେ ବହୁତ

   ଜୀବନ କୁ କରେ ସମଶାନ ସମ

    ସତ୍ୟ ପଥଟି କଠିନ ସମ

    ଫଳ ଦିଏ କିନ୍ତୁ ଅମୃତ ସମ

    ସତ୍ୟ ଅସତ୍ୟ ଲାଗେ ଲଢେ଼ଇ

    ଅସତ୍ୟ କୁ ସତ୍ୟ ଦିଏ ଜଳାଇ

     ପିଲାମାନେ ଏହା ଧ୍ୟାନରେ ଶୁଣ

     ସତ୍ୟ ପଥଟି ସୂର୍ଯ୍ୟ ଆଲୋକ ସମ

     ଏହି ପଥରେ ଆଗେଇ ଚାଲ

      ବିଜୟ ଫଳକୁ କର ହାସଲ

       ସତ୍ୟର ମସାଲ ହାତରେ ଧର

       ସତ୍ୟର କିରଣ ସମାଜେ ଢାଳ

        ସତ୍ୟର ବାନା ଦିଅ ଉଡ଼ାଇ

        ଏହାର ମିଠାତ୍ବ ବାଣ୍ଟରେ ତୁହି

        ସତ୍ୟ ର ସଦା ହୁଅରେ ଜୟ

         ଏହାର ଟେକ ଦିଗ୍ ବିଜୟ

        ସତ୍ୟ ଅସତ୍ୟ ର ବିଭେଦ ଜାଣ

        ସତ୍ୟକୁ ଆବୋରି ଆଗେଇ ଚାଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational