STORYMIRROR

pawan Mohakul

Tragedy Inspirational Children

3  

pawan Mohakul

Tragedy Inspirational Children

ନାରୀ

ନାରୀ

1 min
307

ନାରୀର କୋଳରେ ଖୁସିରେ ଖେଳିଲେ

ଦେଖୁ ଦେଖୁ ବଡ଼ ବି ହୋଇଲେ

ନାରୀ ପାଇଁ ଆମେ ଦୁନିଆ ଦେଖିଲେ

ସଂସାରେ ସଂସାର କରିଲେ

ନାରୀ ହିଁ ହେଉଛି ଆମ ମୂଳ ପିଣ୍ଡ

ଏ କଥାକୁ ଆମେ ଭୁଲିଲେ,

ନାରୀଟିଏ ପୁଣି ଘର ଝିଅ ହେଲା

ଭଉଣୀର ସ୍ନେହ ବାଣ୍ଟିଲା

ଘର ଲକ୍ଷ୍ମୀ ହେଲା ସ୍ତ୍ରୀ ବି ହୋଇଲା

ସୁଖେ ଦୁଃଖେ ସାଥୀ ହୋଇଲା,

ସେଇ ନାରୀ ଆଜି ସୁରକ୍ଷିତ ନୁହଁ

ନାରୀମାଂସ ଲୋଭି ପାଇଁ

ମଉକା ମିଳିଲେ ଉଠାଇ ନିଅନ୍ତି

କାମଜ୍ୱାଳା ଦ୍ୱାହି ଦେଇ,

ଖିନଭିନ୍ କରି ଫୋପାଡି ଦିଅନ୍ତି

ସତେ କି ଗୋଟିଏ ଖେଳନା...

ନାରୀଟିଏ ଆଜି ସର୍ବସ୍ଵ ଦେଇ

ପାଇଗଲା ଭଲ ପାଉଣା,

ଏମିତିକା ଯଦି ଲାଗି ରହିଥିବ

ନିଶ୍ଚୟ ସେଦିନ ଆସିବ

ନାରୀ ଜାତି ଯଦି ଲୋପ ପଇଗଲା

ଦୁନିଆ ଅନ୍ଧାର ହୋଇବ,

ମରଦ ପୁରୁଷ ସିଏ ଅଟେ ବନ୍ଧୁ

ଯିଏ ନାରୀଙ୍କୁ ସୁରକ୍ଷା ଦିଏ

ନାରୀ ପ୍ରତି ଯିଏ ଅତ୍ୟାଚାର କରେ

କାପୁରୁଷ ଅଟେ ସିଏ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy