STORYMIRROR

puja pradhan

Children Stories Children

3  

puja pradhan

Children Stories Children

କୁମାର ପୁନେଇଁ

କୁମାର ପୁନେଇଁ

1 min
396

କୁମାରପୂର୍ଣ୍ଣିମା କୁମାରୀ ଉତ୍ସବ 

  ଆସିଛି ସେ ଆମ ପାଇଁ

କେତେ ସାଜ ସଜା କେତେ ଥଟ୍ଟା ମଜା

   କେତେ ଅନୁଭୁତି ନେଇ

 ଚଉରା ମୂଳରେ ବନ୍ଦା ହୁଏ ଚାନ୍ଦ

   ପାହାନ୍ତା ପହର ହେଲେ

 ନୂଆ କୁଲା ଆଣି ଧୋବ ଖଇ ସାଥେ

    ନଡ଼ିଆ, କଦଳୀ, କାକୁଡି, ସେଉ

    କୁ ସଜେଇ ଦେଇ

  ଅତି ସାରାଗରେ ସାଙ୍ଗ ମେଳ ହୋଇ

 ଚଉରା ମୂଳରେ ସଭିଏଁ ପହଁଞ୍ଚୁ

   ଧୋବ ଫରଫର ଖଇ ଆଞ୍ଜୁଳି ନେଇ

 ଧୂପଦୀପ ଦେଇ ଚଉରା ମୂଳରେ

    ବହି ପଢୁ ଥାଉ ଏକାଠି ହୋଇ

 ଧୀରେ ଧୀରେ ଯେବେ ସକାଳରୁ

    ସଞ୍ଜ ଆରମ୍ବ ହୁଏ

  କୁଆଁର ପୁନେଇଁ ଜହ୍ନ ଲୋ

       ଫୁଲବୋଉଳ ବେଣୀ

   ଗୀତଟିରେ ଗାଁ ଦାଣ୍ଡ ପଡେ ଉଛୁଳି 

କେତେ ପିଠା ପଣା ବୋଉଓ ଭାଉଜ

    କାଲେ ତିଆରି

 ମୁଁ ସଜ ହେଲି ଗାଁ ବୁଲି

    ଟିକେ ଯିବି ବୋଲି

 ଡାକ ହାକ ହୋଇ ସଭିଏଁ

    ପୁଣି ଏକାଠି ହେଲୁ

  ଛେନା ମିଠା ଖଇ ନଡ଼ିଆକୁ ଦେଇ

     ଯେ ଯାହା ଥାଳିରେ ଚାନ୍ଦଟିଏ

       ପୁଣି ପ୍ରସ୍ତୁତ କଲୁ

  ହେଲା ଚାନ୍ଦ ପୂଜା ଧୂପଦୀପ ଦେଇ

     ସଭିଏଁ ଏକାଠି ବହି ପଢ଼ିଲୁ

  ମନ ମଉଜରେ ଚାନ୍ଦ ଚକଟାକୁ

    ଲୁଚେଇ ଲୁଚେଇ କେତେ ଖାଇଲୁ

 ଚାନ୍ଦରେ ଚାନ୍ଦ ତୋପରି

    ସୁନ୍ଦର ହେବ ମୋ ବର

 ବାଟେ ଯାଉଥିଲେ ଲୋକେ କହୁଥିବେ

    କି ସୁନ୍ଦର ସତେ ଯୋଡି ତାଙ୍କର

  ଏହିପରି କେତେ ଥଟା ମଜା

    ମନ ଫୁଲା କେତେ ଗୀତ କୁ ଗାଇ

 ପୁଚି ଖେଳି ଖେଳି ନାଚି ବିତିଗଲା

   କୁମାର ପୁର୍ଣିମା ରାତିଟା ଖାଲି

  ଏହିପରି ଚାନ୍ଦ ଏହିପରି ରାତି

    ସବୁଦିନ ଆମ ପାଖରେ ଥାଉ

  ଚାନ୍ଦରେ ଚାନ୍ଦ ତୋ କଥା ବୁଝିଲେ

    ତୋ କଥା ଶୁଣିଲେ ଅପୂର୍ବ

     ଆନନ୍ଦ ଆଣି ଦେଇ ଥାଉ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍