STORYMIRROR

Secret Superstar

Inspirational Children

3  

Secret Superstar

Inspirational Children

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
417

ପ୍ରଜ୍ୱଳିତ ପ୍ରଦୀପର...ଦୀପ୍ତିଶିଖାରେ 

     ଆଲୋକିତ ଆଜି ଅଙ୍ଗନ 

ପିତୃପୁରୁଷଙ୍କର....ଗୁଣଗାନେ..

     ଆଜି ପୁଲକିତ ଜୀବନ...

 (ବଡ ବଡିଆ ହେ ବଡ ବଡିଆ...ଅନ୍ଧାରେ ଆସି ଆଲୁଏ ଯାଆ )

   ଶୁଭେଛା ଶୁଭକାମନା..

    ଶୁଭ ଦୀପାବଳୀ 

  ପୂରଣ ହେଉ କୁନା କୁନିଙ୍କ ଛୋଟ ଛୋଟ ଅଳି ।।


   ପାଇ ବରଷା ପରଶ ...ଗଗନ ଶୁଶୋଭିତ ସବୁଜ 

   କୋଇଲି ର କୁହୁତାନେ ଛପିଛନ୍ତି କେତେ ବିଷାକ୍ତ କୀଟ

    ସୁଖର ବାଦଲେ ଲୁଚକାଳି ଖେଳେ ଦୁଃଖ

  ପ୍ରଦୀପ୍ତର ଉତ୍ତାପରେ ...ଦୁଃଖ ଯିବ ଜଳି 

   ପ୍ରଦୀପର କୋଳେ କୀଟ ପଡିଯିବେ ବଳି 

    ଶୁଭେଚ୍ଛା ଶୁଭକାମନା 

     ଶୁଭ ଦୀପାବଳୀ

  ପାଶୋରି ହେଉ କୁନା କୁନିଙ୍କ କୁଅଭ୍ୟାସ ସବୁରି ।।


  ଉପହାର...ସଭିଙ୍କ ଏକତ୍ର ଉପସ୍ଥିତି

    ପରିବାର ଉଠେ ଝଲସି...

   ଅଳଙ୍କାର...ବୟୋଜ୍ୟେଷ୍ଠ ଆଶୀର୍ବାଦ 

    ସୁନ୍ଦର ସୁଶୋଭିତ ସୁସଜ୍ଜିତ ଚରିତ 


 ମନ ଆନନ୍ଦ ପାଇ ମିଠା 

   ସଭିଙ୍କ ଓଠେ ଆଦରର କଥା 

  ବନ୍ଧୁ ବନ୍ଧୁରେ କୋଳାକଳି...ରାଗ ଋଷା ପର କରି 

    ଆନନ୍ଦେ ମୋ ନୟନୁ ଅଶ୍ରୁ ପଡେ ଝରି 

     ଶୁଭେଚ୍ଛା ଶୁଭକାମନା 

     ଶୁଭ ଦୀପାବଳି 

ଝଲସି ଉଠୁ କୁନା କୁନିଙ୍କ ଜୀବନ...ସଭିଙ୍କ ମନଲାଖି ପରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational