ଜନ୍ମଭୂମି
ଜନ୍ମଭୂମି
ମହିମାମୟୀ ମାଆ ଜନମ ଭୁଇଁ
ତୋହରି ପବିତ୍ର ଚରଣ ଛୁଇଁ
ଶପଥ କରୁଛି ଜୀବନ ଦେବି ମାଆ
ତୋହରି ସେବାରେ ତୋହରି ପାଇଁ ||
ଜନମ ସଫଳ ତୋହରି କୋଳେ ମାଆ
ସରଗ ସମ୍ପଦ ଚରଣ ତଳେ
ଶ୍ୟାମ ଗିରିବନ ସବୁଜ କେଦାର
ସରିତ ସାଗରେ ସୋହାଗ ଢ଼ଳେ
ନିଖିଳ ଧରଣୀ ଗାଏ ତୋ ମହିମା
ତୋ ପରି ଜନନୀ ଜଗତେ ନାହିଁ ||
ତୋହରି କୋଳରେ ଜନମ ଲଭି ମାଆ
ବୀର କବି ଜ୍ଞାନୀ ଜଗତଜିତା
ତୋହରି କୋଳରେ ସାଇତା ସବୁ ମାଆ
ମୋ ଦେଶ ଜାତିର ଅମର ଗାଥା
ତୋହରି କୀରତି ଚେତାଏ ଜୀବନ
ମହତ କରମ ସାଧନ ପାଇଁ ||
