STORYMIRROR

Sudeshna Pradhan

Children

3  

Sudeshna Pradhan

Children

ଜନ୍ମଭୂମି

ଜନ୍ମଭୂମି

1 min
353

ମହିମାମୟୀ ମାଆ ଜନମ ଭୁଇଁ             

ତୋହରି ପବିତ୍ର ଚରଣ ଛୁଇଁ     

ଶପଥ କରୁଛି ଜୀବନ ଦେବି ମାଆ       

ତୋହରି ସେବାରେ ତୋହରି ପାଇଁ ||     


ଜନମ ସଫଳ ତୋହରି କୋଳେ ମାଆ        

ସରଗ ସମ୍ପଦ ଚରଣ ତଳେ     

ଶ୍ୟାମ ଗିରିବନ ସବୁଜ କେଦାର          

ସରିତ ସାଗରେ ସୋହାଗ ଢ଼ଳେ    

ନିଖିଳ ଧରଣୀ ଗାଏ ତୋ ମହିମା           

ତୋ ପରି ଜନନୀ ଜଗତେ ନାହିଁ ||  


ତୋହରି କୋଳରେ ଜନମ ଲଭି ମାଆ          

ବୀର କବି ଜ୍ଞାନୀ ଜଗତଜିତା    

ତୋହରି କୋଳରେ ସାଇତା ସବୁ ମାଆ        

ମୋ ଦେଶ ଜାତିର ଅମର ଗାଥା    

ତୋହରି କୀରତି ଚେତାଏ ଜୀବନ          

ମହତ କରମ ସାଧନ ପାଇଁ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children