STORYMIRROR

DR PRASANTA KUMAR BISWAL

Children

3  

DR PRASANTA KUMAR BISWAL

Children

ଶିଶୁ ଭବିଷ୍ୟତ

ଶିଶୁ ଭବିଷ୍ୟତ

1 min
360

ଶିଶୁ ଅଟେ ପରା କୁସୁମ କଳିକା

ସମ୍ଭାବନା ଯେ ନିହିତ,

ପ୍ରସନ୍ନ ବଦନ ସୌରଭ ସୁମନ

କରେ ସଭିଙ୍କୁ ମୋହିତ ।1


ମୁକୁଳିତ ଫୁଲ ସଂସାରେ ଅମୂଲ

ମନ ହୁଏ ପ୍ରଲୋଭିତ, 

ଶିଶୁର ହରଷ ଫୁଲର ପରଶ

ହୃଦ ହୁଏ ବିଗଳିତ ।2


ସ୍ୱଚ୍ଛ ତାର ମନ କାଚର ସମାନ

ଅନ୍ତର ବାହାର ଏକା,

ମାନ ଅପମାନ ତା ଆଗେ ସମାନ

ପ୍ରୀତିରେ ସେ ପରା ବିକା ।3


ପର ଆପଣାର ନ ଥାଏ ତାହାର

ହସରେ ଜଗତ ଜିଣେ,

ସାଧୁ ଅବଧୂତ ବରିଲେ ଗୁରୁ ତ

ଚବିଶ ଗୁରୁରେ ଜଣେ ।4


ଭଲ ଚିନ୍ତାକରି ଉତ୍ତମ ବିଚାରି

ପୂଣ୍ୟ କର୍ମେ ଦିଅ ମନ,

ଶିଶୁର ଉନ୍ନତି ଦେଶର ପ୍ରଗତି

ହେଜବାରେ ସାଧୁଜନ।5


ଶିଶୁ ସ୍ୱାଧୀନତା ରୁଚି ପ୍ରଧାନତା

ସୃଜନୀ ଶକ୍ତି ବିକାଶ,

ଆଦର୍ଶ ଚିନ୍ତନ ଧ୍ୟାୟି ଗୁରୁ ଜ୍ଞାନ

ଅନ୍ଧାରେ ମିଳେ ପ୍ରକାଶ ।6


ଆମେ ଯେ ଅତୀତ ଶିଶୁ ଭବିଷ୍ୟତ

ସ୍ୱପ୍ନ ସବୁ ବିଜଡିତ,

କରିଲେ ଯତନ ହେବ ସେ ମହାନ

ସରସ ହେବ ଭାରତ ।7



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children