STORYMIRROR

Rekha Rekha

Inspirational Children

3  

Rekha Rekha

Inspirational Children

କପି କରିବି ନାହିଁ

କପି କରିବି ନାହିଁ

1 min
476

ପାଠ ପଢ଼ା ପଢି ନକରି

ବାଳୁଙ୍ଗାମି କଲି ଜୀବନବ୍ୟାପୀ

ପରୀକ୍ଷା ଆସି ପହଁଚିଲା

ଭାବିଲି କରିବି ଏଥର କପି |


ଏଥରକ ବେଶୀ ନମ୍ବର ରଖି

ସମସ୍ତଙ୍କଠାରୁ ଯିବି ମୁଁ ଟପି

ହେଲେ କିଛି ତ ଲାଭ ହିଁ ନାହିଁ

ବହିଗୁଡିକ ଦିନରାତି କ୍ଷେପି |


ପରୀକ୍ଷାରେ ମୋ ଭିତରେ

କପି ସବୁ ରହିଛି ଛପି

ସୁଯୋଗ ଖୋଜି ବସିଲି ଭାବି

ଖାତାରେ ସବୁ ଦେବା ପାଇଁ ଲେଖି |


ଜାଣିପାରି ମୋର ଶିକ୍ଷକ

ମୋ ଉପରେ କ୍ରୋଧେ ଉଠିଲେ କମ୍ପି

ଖାତାଟି ମୋହର ଛଡାଇ ନେଇ

ରୋଲ ନମ୍ବର ନେଲେ ମୋ ଟିପି


ସମସ୍ତଙ୍କର ଚିପା ହସରେ

ପରୀକ୍ଷା ଗୃହ ଉଠିଲା କମ୍ପି

ସର୍ବନାଶ ହେଲା ମୋର

କପି ତୋ ନାମ ଜପି ଜପି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational