ମଉଳା. ଗୋଲାପ.
ମଉଳା. ଗୋଲାପ.
ବସନ୍ତର ପ୍ରେମଭରା ପବନ ଯେବେ ବହି ଆସେ,
ଅତୀତର ସ୍ମୃତି ସବୁ ବାଦଲ ପରି ଭାସି ଆସେ,
ପ୍ରେମର ଋତୁରେ ତମ କଥା ମନେ ପଡ଼ିଯାଏ,
ଜାଣେନା କାହିଁକି ମୋ ଆଖିରେ ଲୁହ ଭରିଯାଏ ।
ଏ ଡାଏରୀ ଆଜିବି ସେ ଗୋଲାପକୁ ସାଇତି ରଖିଛି, ଝାଉଁଳି ଯାଇଛି ସତ କିନ୍ତୁ ତା ପ୍ରେମ ଏବେବି ବଞ୍ଚିଛି,
ଜାଣେନା କାହିଁକି ତାକୁ ଦେଖି ମୁହଁରେ ହସ ଖେଳିଯାଏ,
ତମ ରାଜକୁମାରୀ ଚେହେରାଟି ଆଖି ଆଗରେ ନାଚିଯାଏ ।
ସେ ଝାଉଁଳା ଗୋଲାପ ଆଜିବି ମୋ କାନରେ କହିଯାଏ,
ଯେ ଆଜିବି ମୁଁ ମୋ ହୃଦୟରୁ ତମକୁ ଭଲପାଏ,
ମୋ ମନର ମରିଯାଇଥିବା ପ୍ରେମକୁ ସେ ତାଜା କରିଦିଏ,
ନିଜର ବାସ୍ନା ହରେଇ ମଧ୍ୟ ମୋ ପ୍ରେମର ବାସ୍ନାକୁ ଖେଳାଇ ଦିଏ ।
ପ୍ରିୟା ତମେ ଆଜିବି ତମେ ମୋ ସ୍ବପ୍ନ ରାଇଜର ପରୀ,
ଆଜିବି ମୁଁ ତମକୁ ଭଲପାଏ ପାଗଳ ପ୍ରେମିକ ପରି।
