Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAMAKSHYA PRASAD BEHERA

Others

4  

KAMAKSHYA PRASAD BEHERA

Others

ସ୍ଵାଧୀନ ରାଜା

ସ୍ଵାଧୀନ ରାଜା

1 min
6



ଡିଆଁ ଡେଇଁ ଆଉ  କରନାହିଁ ନେତା 

   ନୀତି ଆଦର୍ଶରେ ରୁହ, 

ସେବା କରିବାକୁ   ପଣ କରିଥିଲ  

   ସ୍ଵାର୍ଥ କଥା କାହିଁ କୁହ ? 

ମିଛ ସତ କହି   ମତଦାନ ନେଲ 

   ନିରିହ ଭୋଟର ଠାରୁ, 

ରାଜଗାଦି ଯେବେ ହସ୍ତଗତ ହେଲା 

   ଦୁଃଖ ଦେଖିଲନି ଦୂରୁ। 

ନିଜ ଦୁଃଖ ଯେତେ ଦୂର କରିଦେଲ 

   ବିଭିନ୍ନ ଉପାୟ କରି, 

ମାନ ସନମାନ   ସେବାର ବାଇଦ 

   ବଜାର ଆସିଛ ଫେରି । 

କାଳିଆ ଲେଖିଛି  ସଵୁ ପାପ ପୂଣ୍ୟ 

    ବିନ୍ଦୁଏ ଦେଇନି ଛାଡ଼ି, 

ଛଳ କପଟକୁ     କି ଦଣ୍ଡ ରଚିତ 

    ଘୋରୁଅଛି ମୁଣ୍ଡା ଖଡ଼ି । 

ବୟସର ଅଙ୍କ     ନିତି ଛିଡୁଥାଏ 

    ଏକଥା ଭୁଲନି କେହି, 

ଆତ୍ମଗ୍ଲାନି ଦୁଃଖ ନ ଦେଖିଲା ବ୍ୟାଧି 

    କିଣ ପରଜନ୍ମ ପାଇଁ । 

ଉଦ୍ଧାର ନିମନ୍ତେ   ଦାନ ଧର୍ମ କର 

    ଅର୍ଜିଲା ସମ୍ପତ୍ତି ମାନ, 

ଅହଙ୍କାର ଛାଡି  ହସ୍ତେ ଚିତ୍ତେ ସେବ  

     ପ୍ରତି ନର ନାରାୟଣ ।

କାଳ କାଳ ପାଇଁ  ଶାସନ କରିବ 

     ଝୁରିବେ ସକଳ ପ୍ରଜା, 

ଦଳ ଡେଇଁବାକୁ  ପଡ଼ିବନି କେବେ 

   ହୋଇଲେ ସ୍ଵାଧୀନ ରାଜା ।।

         


Rate this content
Log in