Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAMAKSHYA PRASAD BEHERA

Others

4  

KAMAKSHYA PRASAD BEHERA

Others

ନାରୀ ପାଇଁ ରଜ ଦୋଳି

ନାରୀ ପାଇଁ ରଜ ଦୋଳି

1 min
275



ଘର ପରିଷ୍କାର ଦେଖି ଦିଅଁ ଆସେ

ମଙ୍ଗଳ ମନାସି ଏଠି, 

ସଂଜ ସକାଳରେ ଘିଅ ଦୀପ ଜାଳି

କରେ ସେ ବନ୍ଦନା ନିତି ।


ସେବୀକା ବ୍ରତରେ ତା ସ୍ଥାନ ଉଚ୍ଚରେ

ସୀମା ହୀନ ତା ମମତା,  

ପଶୁ ପକ୍ଷୀ ସହ ସାରା ପରିବାର

ଉଦରର  କରି  ଚିନ୍ତା ।


ଅବିଶ୍ରାନ୍ତ ଏହି କର୍ମ ବିବରଣୀ

ଦେଖି ଦେବ କଲେ କୃପା, 

କୃଷି କୃଷକର ଉତ୍କଳ ପ୍ରଦେଶେ 

ଆନନ୍ଦ ହୋଇଲା ଛପା।


ବାର ମାସେ ତେର ଯାତରା ଚାଲିଲା

ନାରୀ ପାଇଁ ରଜ ଦୋଳି, 

ବଟାଘସା ପରେ ରଜ ତିନିଦିନ

ଖାଇ ପୋଡପିଠା, ବୁଲି ।


ଜଗନ୍ନାଥଙ୍କର ଆଦରର ପିଠା

ହୁଏ  ତାଙ୍କ  ଭୋଗଲାଗି, 

ଆରିସା କାକରା ଏଣ୍ଡୁରି ଖାଇଲେ

ରଜ ମନେପଡେ ବେଗି ।


ରଜସ୍ୱଳା ମାଟି ନ ଛୁଇଁ ଚାଲନ୍ତି

ପାଦରେ ପଟୁଆ ବାନ୍ଧି, 

ମସିଣା ଉପରେ ଘରେ ଚଳୁଥାନ୍ତି

ମାନି ଏ ରଜର ବିଧି ।


ହିନ୍ଦୁଙ୍କର ଏହି ଆନନ୍ଦ ଉତ୍ସବେ 

ସକଳ ଯାଆନ୍ତି ମଜ୍ଜି, 

ଭୂଇଁ ଦହନରେ  ବାସ ଚାରିପଟେ

ଦିଏ ଖତ ଗାର  ଖଞ୍ଜି ।


ରଜ ଗୀତ ସହ ଦୋଳି ଖେଳ ଖୁସି

ଲାଗଇ ଆନନ୍ଦ ଭାରି, 

ବେଶଭୂଷା ସ୍ମୃତି ନାରୀଙ୍କର ମନେ 

ହୋଇ  ରୁହେ  ଅବିସ୍ମରି ।


ସମୟ ଚକ୍ରରେ ମିଶ୍ରିତ ସଂସ୍କୃତି

ଶିକ୍ଷିତା  ରମଣୀ ଖୋଜେ, 

ଦୋଳି ଖେଳ ମଜ୍ଜା ସକଳ କରନ୍ତି

ପୋଡପିଠା ଖାଇ ରଜେ ।


Rate this content
Log in