ଦଣ୍ଡ ଉପଖ୍ୟାନ
ଦଣ୍ଡ ଉପଖ୍ୟାନ
ଜନମ ହୋଇଛି ଯେବେ ଠାରୁ ଜୀବ
ମରଣ ତାହାର ସାଥୀ,
ଅମର କରିବ ଗୀତା ଭାଗବତ
ପଢି ବୁଝିଥିଲେ ପୋଥି ।
ଷଢରିପୁ ସାଙ୍ଗେ ଏ ଶରୀରେ ଚଳୁ
ମନ ବିବେକ ରେ ଆମେ,
ଚତୃପାଶ୍ଵ ଜନେ ଆଦର ଲଭିଲେ
ଦେବ ତୃପ୍ତି ହୁଏ କାମେ ।
ରାମାୟଣେ ରାମ ପିତୃସତ୍ୟ ପାଳି
ଦେଲେ କହି ପୁତ୍ର ଧର୍ମ,
ସମାଜରେ ଭାଇ ଭାରତ ମିଳନ୍ତି
ଶିଖାଏ ଜଟାୟୁ କର୍ମ ।
ଏମିତି ସଂସ୍କାରେ ଧର୍ମ ବଞ୍ଚିଅଛି
ଗଢି ପରମ୍ପରା କେତେ,
ପଣା ରଜ ହୋଲି ନାନା ଓଷା ବ୍ରତ
ଶାନ୍ତି ଦିଏ ଆମ ଚିତ୍ତେ ।
ପଣା ପୂର୍ବଦିନ ମେରୁଦଣ୍ଡ ହୁଏ
କଣ୍ଟାରେ ଗଡନ୍ତି ଭକ୍ତ,
କାମନା କାଳିକା ମନ୍ଦିର ସମୁଖେ
ହୋଇଥାଏ ଦଣ୍ଡ ଯାତ ।
ନାଇ ବେନି ବସ୍ତ୍ର ହସ୍ତେ ଧରି ବେତ
ଏକ ଅର୍ନ୍ନେ କଟେ ଦିନ,
ନଅ ତେର ଅବା ଏକୋଇଶି ଦିନ
ଚଇତ ମାଡ଼ି ପାଳନ ।
ଇନ୍ଦିପୁର ଗ୍ରାମେ କେବେଠୁ ହେଉଛି
ବିଶ୍ଵାସେ ଏ ସୁନା ଦଣ୍ଡ,
ଶିବ ଶକ୍ତି ଲୀଳା ଚାଲିଛି ଏଇଠି
ଭାବ ଭକ୍ତି ପୂର୍ଣ୍ଣ ଭାଣ୍ଡ ।
ଗର୍ଭ ଗୃହ ଛାଡି ବର୍ଷକରେ ଘଟ
କାମନା କରେ ପୁରଣ,
କାଳେସୀ ଦେହରେ କାଳିକା ଆସନ୍ତି
ଦଣ୍ଡ ସେ ଗଡାନ୍ତି ଜାଣ ।
ତତଲା ବାଲିରେ ଭକ୍ତି ପରକ୍ଷନ୍ତି
ଈଶ୍ୱର ଚେତନା ଦେଇ,
ଦଣ୍ଡ ପରମ୍ପରା କଳି କଳୁଷିତେ
ଅଟକି ଯାଇନି କାହିଁ ।
ଚୁଡା ଉଖୁଡା ଙ୍କ ଭକ୍ତି ରେ ଠାକୁର
ଆସିଥିଲେ ଇନ୍ଦିପୁର,
ଇଟା ଗଢ଼ିବାକୁ ନୟାଗଡ଼ ଯାଇ
କରିଲେ କୀର୍ତ୍ତି ଅପାର ।
ନିଃବଂଶ ସେ କୁଳ ଏବେ ଢେଙ୍କାନାଳ
ଏହା ଥିଲା ତାଙ୍କ ଇଛା,
ଅର୍ଜୁନ କୁ ଦୟା କରିଲେ କାଳିକା
କାଳେସୀ ନ ହେଲା ବଛା ।
କାମନା ଠାକୁର ପାଟ୍ଟ ଭକତାଙ୍କୁ
ମେଳିକଲେ କାହୁଁ କେତେ,
ଅର୍ଜୁନ ଙ୍କ ସହ ମିଳି ଦଣ୍ଡ କଲେ
ବ୍ରତ ପାଳି ଶୁଦ୍ଧ ଚିତ୍ତେ ।
ଝୁଣା କୁଟି ହକ ଦିଅନ୍ତି ଗାଆଁ ରେ
ବ୍ୟାଧି ନ ପଶିବା ପାଇଁ,
କଳା ରୁଦ୍ରମଣି କୁହାଟେ କମ୍ପଇ
ଢୋଲ ଘଣ୍ଟ ଶବ୍ଦ ଛୁଇଁ ।
ଡାକବଜା ମାଆ ଘଣ୍ଟି ଘାଗୁଡିରେ
ନିଶାଚର ନ ମାଡନ୍ତି,
ଓଘର ତପରେ ଚାରୁ ବଣ୍ଟା ହୁଏ
ଭକ୍ତ ରିଷ୍ଟ ଦୂର ଚିନ୍ତି ।
ଶତାବ୍ଦୀ ଉଣିଶ ତିନିପା ବେଳକୁ
ରାଜତନ୍ତ୍ର ଚାଲିଯାଏ,
ଭୁତ ପ୍ରେତ ଭୟ ଈଶ୍ୱର ବିଶ୍ଵାସେ
ଖଣ୍ଡନ କରନ୍ତି ପ୍ରାୟେ ।
ଏହି ସମୟରେ ଦଣ୍ଡ ଠାକୁର ଙ୍କ
ଆବିର୍ଭାବ ବହୁ ସ୍ଥାନେ,
ନିଶା କାଳେ ତେର ଜାତି ଭକତଙ୍କ
ନୃତ୍ୟ ସୁଖ ଦିଏ ମନେ।
ଗାଁ ମୁଣ୍ଡ ଚାଳୀରୁ କାମନା ଠାକୁର
ବର୍ଷକୁ ବାହାରେ ଥରେ,
ନିତିଦିନ ମାଳି ତାଳି ମାରିଯାଏ
ଜଗାଇ ଘଟ ଗମ୍ଭୀରେ ।
ଝାଟିମାଟି ଘର ଗାଆଁ ରୁ ଗଲାଣି
ମନ୍ଦିର ହୋଇଛି ଚାଳ,
ଧୂଳିଦଣ୍ଡେ ସଦା ପାଳନ ହୋଇଛି
ଦଣ୍ଡୁଆଙ୍କ ଭକ୍ତି ବଳ ।
ବିଶ୍ଵାସରେ ଦଣ୍ଡ ଆଶିଷ ଦିଅନ୍ତି
ଥିଲେ ଭାଗବତ ଜ୍ଞାନ,
ଆଧ୍ୟାତ୍ମିକ ତଳେ ଆଧୁନିକ ବାସ
କହେ ଦଣ୍ଡ ଉପଖ୍ୟାନ ।