ଅଭୁଲା ଅତୀତ
ଅଭୁଲା ଅତୀତ
ଶୈଶବ ନଦୀର ଉଷ୍ମ ଜଳରେ
ଯଉବନ ଥିଲା କେତେ ସାତ ସପନ,
ଯୈାବନ ସାଗର ଲହଡୀ ବାରୀରେ
ଇତିହାସ ହେଲା ସେ ବଚପନ ।
ଘରେ ସଦାବେଳେ ଶୈଶବ କାଳରେ
ମନାସୁଥିଲୁ କେତେ ସ୍ଵାଧୀନ,
ଆଜି ସ୍ଵାଧୀନତା ଲାଗଇ ପିତା
ଘର ପଡିଯାଏ ବାରମ୍ବାର ସ୍ମରଣ ।
ମହୁଆ ମମତା ମିନତୀ ସୁନୀତା
ପାଣ୍ଡବ ନାମେ ଥିଲୁ ଆମେ ମହାନ,
ଜଳରେ ସ୍ଥଳରେ ଆକାଶ ଦୋଳିରେ
କଟୁଥିଲା ଦିନ ଆଉ ମଧ୍ୟାହ୍ନ ।
ବାଲି ଯାତରାରେ ପିଜୁଳି ବାଡିରେ
ପରଜାପତି ପରି ଉଡୁଥିଲୁ ରଙ୍ଗୀନ,
ଭୋଜିଭାତ ଆଉ ମେଳା ମଉଛବେ
ମନାଉ ଥିଲୁ କେତେ ଜନମଦିନ ।
ଚାଟ ଗୁପଚୁପ ସେ ଦହିବରା
ଲାଗୁଥିଲା ଭଲ ରୋଲ ଚାଉମିନ,
ଦୂର ପରଦେଶେ ବିଦେଶେ ରହିଣ
ମନେ ପଡେ ମା ହାତ ଭାତ ତିଅଣ ।
ଚରିତ୍ର ଆମରି ଥିଲା ସଦା ନିର୍ମଳ
ଗଙ୍ଗାଜଳ ପରି କେତେ ଉତ୍ତମ,
ସାହି ପଡିଶାରେ କଲେଜ ପଢାରେ
ଥିଲା କେତେ ଆମ ନାମ ସୁନାମ ।
ସ୍କୁଲ କଲେଜ ଖେଳ ପଡିଆରେ
ଲାଗୁଥିଲେ ଝଗଡା ଯା ସାଥେ ଦିନ,
ଇଂଟରନେଟ ଫେସବୁକ ହ୍ୱାଟସଏପରେ
ସେ ସାଙ୍ଗ ଆଜି ପଡଇ ମନ ।
ଯାଆନ୍ତା ବଦଳି ମରୀଚିକା ପରି
ସେ କେତେ ବରଷ ଆଉ ଜୀବନ,
ଫେରି ଆସନ୍ତା କି ସେ ସ୍ୱପ୍ନିଳ ଦିନ
ଉତ୍ତାଳ ତରଙ୍ଗ ହରଷ ମନ ।
ନେଇ ଯାଆରେ ବିଶ୍ୱ ବ୍ରହ୍ମାଣ୍ଡ
ସବୁ ସମ୍ପଦ ଆଉ ସବୁ ଯୈାବନ,
ଦିଅ ହେ ଫେରାଇ ସେ ଭରା ଶ୍ରାବଣ
କାଗଜ ନଉକା ସଙ୍ଗେ କାଳି କଲମ ।