ଅଭିଶପ୍ତା ଅପସରୀ
ଅଭିଶପ୍ତା ଅପସରୀ
ଅଭିଶପ୍ତା ଅପସରୀ
----------------------
ଆକାଶର ପରି ଉପରୁ ଦେଖିଲା ସୁନ୍ଦର ଦିଶିଲା ମର୍ତ୍ତ୍ୟ,
ମଣିଷ ପରି ଯା ଦୂରୁ ଦିଶୁଥିଲେ ସେମାନେ ତ ସବୁ ଦୈତ୍ୟ।
ଉପହାର ଥିଲା ସାଥିରେ ଆଣି ସେ
ସେବା, ସ୍ନେହ, ସୈ।ହାର୍ଦ୍ଦର,
କନ୍ୟା, ଜାୟା,ମାତା ଜନନୀ ରୂପରେ
ଖର୍ଚ୍ଚ କଲା ସେସବୁର।
ସେ କି ଜାଣିଥିଲା ସର୍ବୋତ୍ତମ ସୃଷ୍ଟି
ଦେବ ସମ ଏ ମାନବ,
ଆସୁରୀ ଗୁଣକୁ ଆପଣାଇ ନେଇ ସାଜିଛି ନିଜେ ଦାନବ।
କ୍ଷଣେ ଭାଙ୍ଗିଗଲା ସୁନେଲି ସପନ ଚୁନା ହେଲା ସୁନା ମନ,
ଖୀନଭୀନ କରି ସୁନ୍ଦର ଶରୀର
ଶାଗୁଣା କଲେ ଭୋଜନ।
ଭାବ ଥରେ ଭବେ କି ତିଷ୍ଠି ପାରିବ
ନାରୀ ବିନା ଏ ପୁରୁଷ,
ଘୃଣ୍ୟ ପାଶବିକ ପ୍ରକୃତି କରିବ
ମନୁଷ୍ୟ ଜାତିର ଶେଷ।
ହୁଅ ସାବଧାନ ବ୍ୟକ୍ତି ଓ ସମାଜ
ସ୍ତ୍ରୀର କର ସମ୍ମାନ,
କର ପ୍ରତିକାର ନିଜ ବିନାଶର
ଧରା ହେଉ ସ୍ବର୍ଗ ସମ।
©® ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ
