ଅଭିଶପ୍ତ ଅନ୍ଧାର
ଅଭିଶପ୍ତ ଅନ୍ଧାର
ଅମା ଅନ୍ଧାରର ଏ ସମୟ ଆଜି
ଅଭିଶପ୍ତ ପରି ଲାଗେ ।
ତୁମ ବିନା ସାଥୀ ଏ ମୂହୁର୍ତ୍ତ ଆଜି
ଅନନ୍ତ ଯୁଗ କି ଲାଗେ ।
ଛଳ ଥିଲା ତୁମ ପ୍ରଣୟ ପୀରତି
ସବୁ ଦିଗହରା ଲାଗେ ।
ସୁନ୍ଦର ଥିଲା ସେ ତୁମ ଅଭିନୟ
ସବୁ ତୁଚ୍ଛ ତୁଚ୍ଛ ଲାଗେ ।
ବିଦାୟ ନବାର ଥିଲା ଯଦି ପ୍ରିୟ
ସାଥେ କିମ୍ପା ଚାଲିଥିଲ ।
ହସ୍ତେ ହସ୍ତ ଦେଇ ବାହୁ ବନ୍ଧେ ନେଇ
ଆଲିଙ୍ଗନ କରିଥିଲ ।
ପୀରତି ରାଇଜେ ଅକାଂକ୍ଷା ଜନ୍ମାଇ
ସ୍ୱପ୍ନ ଘର ତୋଳିଥିଲ ।
ମନ ଅଭ୍ୟନ୍ତରେ ଜାଗା ଟିଏ କରି
ହୃଦେ ମୋର ରହିଥିଲ ।
କେଡେ ସେ ବ୍ୟାକୁଳ ମନ ହୁଏ ଜାଣ
ଦିବା ରାତ୍ରି ଝୁରି ହୁଏ ।
ନାହିଁ ଦିବା ରାତ୍ରି ନାହିଁ ସାଙ୍ଗ ସାଥୀ
ସଦା କ୍ଷତଯୁକ୍ତ ହୁଏ ।
ତା ପ୍ରିୟ ମଣିଷ କାହୁଁ ଗଲା ବୋଲି
ଖୋଜି ପାଗିଳି ସେ ହୁଏ ।
ବୁଝେଇ ପାରେନି ନିଜେ ସେ ମନକୁ
ପ୍ରେମେ ଜର୍ଜରିତ ହୁଏ ।
କାଳିମା ଅନ୍ଧାରେ ଲୁଚି ଯାଏ ମୋର
କୋହ ଭାବ ଭରା ଅଶ୍ରୁ ।
ନିର୍ଜନତା ଭରା ଶୂନ୍ୟତା କୁ ଦେଖି
ନିରନ୍ତରେ ବହେ ଅଶ୍ରୁ ।
ଯେବେ ସେ ବ୍ୟାକୁଳ ହୋଇ ବହି ଯାଏ
ଗମ୍ଭିର ପୂର୍ଣ୍ଣ ସେ ଅଶ୍ରୁ ।
ଅଶ୍ରୁ ଧାରେ ମୋର ଭାବନା ଅପାର
ଭାବ ଘେନି ବହେ ଅଶ୍ରୁ ।
କେଡେ ଛଳ ଥିଲା ପ୍ରେମ ଯେ ତୁମ୍ଭର
ଭବ୍ୟ ଅଭିନୟ କଲ ।
କେଡେ ହାସ୍ୟ ଥିଲା ପ୍ରେମ ଯେ ତୁମର
କ୍ଷଣକେ କନ୍ଦେଇ ଦେଲ ।
ନାହିଁ ମୋ ଭରସା ରଖି ନାହିଁ ଆଶା
ଭରସା ମୋ ଚୂର୍ଣ୍ଣ କରିଲ ।
ମନ ଆଚମ୍ବିତ ଗମ୍ଭିର ଆଘାତ
କ୍ଲେଶ ଦରଦ ଯେ ବୋଳିଲ ।