ଅଭିପ୍ରାୟେ ଅଭିମତ
ଅଭିପ୍ରାୟେ ଅଭିମତ
ଅଭିପ୍ରାୟେ ଲେଖେ କବିତା ମୁଁ କେତେ
ମାନ ଅଭିମାନେ ପୁଣି
ଜୀବନ ଯାତ୍ରାରେ ଲେଖନୀର ଧାରେ
ହସ କାନ୍ଦ ଭରେ ଜାଣି ।
ସମାଜର ଛବି ଲେଖନୀରେ ଆଙ୍କି
ବିବାଦରେ ହୁଏ ଯୋଡି
ଅନ୍ୟାୟ ଅନୀତି ପାରେ ନାହିଁ ସହି
ନୀରବରେ କରେ ରଡି ।
ଆଶା ଆକାଂକ୍ଷାର ନ୍ୟାୟର ବିଚାର
ନିଷ୍ପେସିତ ଠାରୁ ଦୂରେ
ସେଥିପାଇଁ ବୋଧେ ପ୍ରତିବାଦ କରେ
ଲେଖନୀର ଧାରେଧାରେ ।
ଦୁର୍ବଳ ଉପରେ ସବଳ ପ୍ରହାର
ନିତି ଦେଖୁଛି ଏ ଆଖି
କେତେବା ସହିବ ନିରୀହ ମଣିଷ
ଧରମକୁ ରଖି ସାକ୍ଷୀ ।
ଅତିଷ୍ଠ ହେଲିଣି ବ୍ୟଭିଚାର ଦେଖି
ନିରବୀ ଗଲାଣି କଣ୍ଠ
ଲେଖନୀ ଫରଦ ହେଲାଣିତ ପୁର୍ଣ୍ଣ
ନାହିଁ ଆଉ ଅବଶିଷ୍ଟ ।
ରାକ୍ଷସ କବଳେ ଶିଶୁ ବଳିପଡେ
ଦୁଷ୍କର୍ମେ ବ୍ଯାଧିତ ହୋଇ
ସେ ନରପିଶାଚ ବୁଝ ନାହିଁ ସତ
ରକ୍ତ ମାଂସ ଖାଏ ଝୁଣି ।
ହେଶ୍ରେଷ୍ଠ ମାନବ ଧର୍ମକର୍ମ କର
ପାପର ବିଲୟ ହେବ
ଆସିବ ସୁଦିନ ହେବ ସୁଖୋଦୟ
ସର୍ବୋତ୍ତମ ଅନୁଭବ ।
କବିତାର ପଂକ୍ତି ଅସମ୍ପୁର୍ଣ୍ଣ ଅଛି
ଜଞ୍ଜାଳରେ ତଵ କବି
ଅକୁହା କଥାବି ରହିଗଲା କିଛି
ନିଶ୍ଚୟ ମୁଁ ବଖାଣିବି ।