STORYMIRROR

Amit Bal

Tragedy

3  

Amit Bal

Tragedy

ଅଭିନୟ

ଅଭିନୟ

1 min
286

ସାଥୀ ଥିଲା ଏବେ ମୋର

      ଅସହାୟ ଅନ୍ଧକାର ରାତି,

ନା ଥିଲା ସ୍ୱପ୍ନ ଦେଖିବାର ସ୍ପୃହା

      ନା ତିଳେ ମାତ୍ର ମୋହ ଜୀବନ ପ୍ରତି.....


ସପନର ସଉଧ ମୋ ଭାଙ୍ଗି ପଡ଼ଥିଲା

      ତା' ଅଭିନୟର ପରାକାଷ୍ଠା ଦେଖି,

ଜୀବନର ରଙ୍ଗମଞ୍ଚ ମନେ ହେଉଥିଲା ଶୂନଶାନ

ସଂଳାପ ସବୁ ହୋଇ ଯାଇଥିଲେ,

    କେଜାଣି କୁଆଡେ ଦିନ ଦିନ ଧରି ଉଭାନ,

ବିସ୍ତାରିତ ହେବା ସମୟରେ

ଏଇ ଫିକା କରୁଣ ମୁହଁର

         ନିଲଠା ଆକାଶରେ .........


ସଂପର୍କର ପରିଭାଷା ବନ୍ଧା ପଡ଼ିଥିଲା

         ହୃଦୟର ନିବୁଜ କୋଠରୀରେ

ଛାତିର ସ୍ପନ୍ଦନ ଅଟକି ଯାଇଥିଲା

        କ୍ଷତାକ୍ତ ଅନୁଭବର ବେଦନା ଭିତରେ ......


ସତରେ , 

     ଚମତ୍କାର ଥିଲା ତା'ର ଅଭିନୟ

              ପ୍ରଣୟର ନାଟ ଶାଳାରେ ,

ଆଜି ମୁଁ ହେଲି ସ୍ମୃତି

       ସେ ହେଲା ସତୀ

              ସମୟର ପାନ୍ଥଶାଳାରେ ......

           

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy