STORYMIRROR

Rekharani Sahu

Romance Tragedy

3  

Rekharani Sahu

Romance Tragedy

ଅଭିମାନ

ଅଭିମାନ

1 min
202

ହେ କୃଷ୍ଣ ତୁମେ ସିନା 

ସହିଗଲ ରାଧାଙ୍କ ବିଚ୍ଛେଦ 

ହେଲେ ଏ କଳି ଯୁଗେ କିଆଁ ଜନେ 

ମରୁଛି ହଜାଇ ନିଜର 

ଆମୋଦ ପ୍ରମୋଦ ।୧।


ତୁମ ବଂଶୀ ଶ୍ୱର ସିନା 

ଅଟଇ ରାଧାର ନାମରେ 

କଳି ଯୁଗେ ମଣିଷ ନିଜକୁ ମାରୁଛି

କୁହ କିଆଁ ଏତେ ଯେ ମୋହରେ ।୨।


ପାଇବାର ଆଶା ଥାଇ ମଧ୍ୟ

ତୁମେ ହଟ କରୁଥିଲ,

ପାଇବାର ଆଶା ଦେଇ 

ତୁମେ କଳିଯୁଗେ 

ନିରାଶେ ମାରିଲ ।୩।


ସମ୍ପର୍କର ଡୋରିରେ ତୁମେ 

ସଭିଙ୍କୁ ଛନ୍ଦିଲ,

ମନ ଯେବେ ଆଶା ଦେଲ

କାହିଁ କୁହ ଭାଙ୍ଗିରୁଜି ହଟ 

ଯେ କରିଲ ।୪।


ଦେଇ ଅଛ ସମ୍ଭିଙ୍କୁ ତୁମ୍ଭେ ଯେ ଅନେକ 

କାହିଁକି କୁହ ଅଧର୍ଯ୍ୟ କରାଅ ଏ ତୁଚ୍ଛ ମନକୁ

ତୁମ ପାଦ ତଳେ ପ୍ରଭୁ ଏ ଜୀବନ ସମର୍ପି ଦେଲି

ଯାହା ଦେଲ ପ୍ରଭୁ ତାକୁ ତୁମ

 ଆଶୀର୍ବାଦ ଭାବେ ଗ୍ରହଣ ମୁଁ କଲି

ଗ୍ରହଣ ମୁଁ କଲି।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance