Padmalaya Mishra

Abstract Drama Classics

4  

Padmalaya Mishra

Abstract Drama Classics

ଅଭିମାନ

ଅଭିମାନ

1 min
5



ବୁଝୁନାହଁ ପ୍ରଭୁ ଅନ୍ତର ବେଦନା

ଭଜିବି ତୁଛାକୁ କାହିଁ

ଭାବୁଛି ଯେତେ ମୁଁ ଡାକିବିନି ଆଉ

ଭାବନାରୁ ଯାଅ ନାହିଁ ।।


ପ୍ରାରବ୍ଧ ଫଳକୁ ଭୋଗୁଅଛି ଅବା

କଷ୍ଟ ତ ଭାଗ୍ୟରେ ଲେଖା

ଦିନ ଯାଏ ବିତି କଳା ହୁଏ ରାତି

ମିଳେନା ତୁମର ଦେଖା ।।


କେତେ ଆଉ ପିନ୍ଧି ହସ ଆବରଣ

ଦୁଃଖକୁ ଲୁଚେଇ ରଖି

ଦୁନିଆ ଆଗରେ ଅଭିନୟ କରେ

ତୁମେ କି ପାରୁନ ଦେଖି ।।


ଛଡାଇ ନିଅ ହେ ଆୟୁଷକୁ ମୋର

ଭବସାଗରରୁ ନିଅ

ମିନତି ଏତିକି ଆହେ ଚକାଆଖି

ଚରଣେ ଶରଣ ଦିଅ ।।


ହୃଦୟ କାନ୍ଦୁଛି ଓଠ ତ ହସୁଛି

ଛଳନା ଯନ୍ତ୍ରଣା ଏଠି

ତୁମକୁ ଭରଷା କରି ମୁଁ ଠକୁଛି

କୁହ ତୁମ ମାପକାଠି ।।


ଯନ୍ତ୍ରଣା ଜୀବନ କହୁଛି ଆନନ

ଦେଖି କିବା ପାର ନାହିଁ

କିଏ ଜାଣୁ କି ନଜାଣୁ ଅଭିନୟ

ତୁମେ ନବୁଝ କିପାଇଁ ।।


ଅନାଥର ନାଥ ବୋଲଇ ଜଗତ

ଅନାଥ କରିଛ ମତେ

ଦୁଃଖିବନ୍ଧୁ ହୋଇ ଦୁଃଖ ବୁଝନାହିଁ

ଅଭିମାନ ରହେ ସତେ ।।




Rate this content
Log in

Similar oriya poem from Abstract