STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ଅଭାବେ ସ୍ୱଭାବ

ଅଭାବେ ସ୍ୱଭାବ

1 min
309

ଅଭାବେ ସ୍ଵଭାଵ ହୁଏନାହିଁ ନଷ୍ଟ

ମନକୁ କରିଲେ ଟାଣ

କାପୁରୁଷ ସିନା କାତରେ ମରନ୍ତି

ମିଛେ ହୋଇ ହୀନିମାନ

ସୁଖ ଦୁଃଖ ଏ ତ ଦୁନିଆର ନୀତି

କିଏ ବା ବରତି ପାରିଛି

ହୃଦୟେ ସାହସ ମନେ ମନୋବଳ

ଜଗତକୁ ସିନା ଜିଣିଛି

ସ୍ଵଭାଵ ଯାହାର କପଟ ଅଟଇ

ପର ଦୁଃଖେ ସୁଖ ପାଆନ୍ତି

ସ୍ୱାର୍ଥବାଦୀ ନିଜ ସ୍ୱାର୍ଥ ପାଇଁ ସିନା

ଦୁନିଆକୁ ଧ୍ବଂସ କରନ୍ତି

ପର ଉପକାରେ ଦିନେ ବଂଚିଥିଲେ

ମଲାପରେ ମିଳେ ସମ୍ମାନ

ମିଥ୍ୟାବାଦୀ ହୋଇ ଶତାୟୁ ହୋଇଲେ

ବୃଥା ସିନା ମଣିଷ ଜନମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract