ଅଭାବେ ସ୍ୱଭାବ
ଅଭାବେ ସ୍ୱଭାବ
ଅଭାବେ ସ୍ଵଭାଵ ହୁଏନାହିଁ ନଷ୍ଟ
ମନକୁ କରିଲେ ଟାଣ
କାପୁରୁଷ ସିନା କାତରେ ମରନ୍ତି
ମିଛେ ହୋଇ ହୀନିମାନ
ସୁଖ ଦୁଃଖ ଏ ତ ଦୁନିଆର ନୀତି
କିଏ ବା ବରତି ପାରିଛି
ହୃଦୟେ ସାହସ ମନେ ମନୋବଳ
ଜଗତକୁ ସିନା ଜିଣିଛି
ସ୍ଵଭାଵ ଯାହାର କପଟ ଅଟଇ
ପର ଦୁଃଖେ ସୁଖ ପାଆନ୍ତି
ସ୍ୱାର୍ଥବାଦୀ ନିଜ ସ୍ୱାର୍ଥ ପାଇଁ ସିନା
ଦୁନିଆକୁ ଧ୍ବଂସ କରନ୍ତି
ପର ଉପକାରେ ଦିନେ ବଂଚିଥିଲେ
ମଲାପରେ ମିଳେ ସମ୍ମାନ
ମିଥ୍ୟାବାଦୀ ହୋଇ ଶତାୟୁ ହୋଇଲେ
ବୃଥା ସିନା ମଣିଷ ଜନମ
