ଆଉ ଥରେ ଭାବି ଦେଖ
ଆଉ ଥରେ ଭାବି ଦେଖ
ଏଇ ଛୋଟ କଥାଟାକୁ ସହିପାରିଲନି,
କେତେ ବଡ କରିଦେଲl
କାନିରେ ଗଂଠି ପକେଇ, ସାଇତି ରଖି ତାକୁ
ଏତେ ଦୂରେ ଚାଲିଗଲ ll
ପରସ୍ପର ଆମ ହାତଗଢାର ସଂସାର
ତାକୁ କ୍ଷଣକେ ଏପରି ଜାଳିଦେବ !
ନା ଧୂଳି ରେ ଗଢା, ନା କାଚରେ ଗଢା
ଖେଳି ସାରି ଏମିତି ଭାଙ୍ଗି ଦେବ !!
ଯାହାର ବା ଥାଉ ଦୋଷ, ସହୃଦୟେ,
କ୍ଷମା କି କରି ନପାରିବ !
ଅନ୍ୟର ଉପରେ ସବୁ ଭୁଲ ଲଦି ଦେଇ
ଆଗ ପଛ କିଛି ନ ଭାବିବ ll
ଏତେ ଶୀଘ୍ର ମନ ଭରିଗଲା ତୁମ
ସବୁକୁ ଗୋଡରେ ଆଡେଇ ଦେଇ l
ଚାଲିଗଲ ଏତେଦୂରେ ଥରେ ହେଲେ
ଫେରିତ ଚାହିଁଲ ନାହିଁ ll
ଦେଖିଥିବା ସବୁ ସ୍ବପ୍ନ କଣ ସତ ହୋଇ ପାରେ ?
ଏତିକିକି ଜାଣ ନାହିଁ l
ନିଜ ଇଛାରେ ସବୁ ମିଳି ଯାଉଥିଲେ
ଏତେ ସମସ୍ୟା ହୁଅନ୍ତା କାହିଁ ll
ଜୀବନର ଗାଡି ଗୋଟିଏ ଚକରେ
କେବେ ଗଡି ପାରେ ନାହିଁ l
ଚେଷ୍ଟା କରି, ପଛ କଥା ଭୁଲି, ପାରିବକି ଚାଲି ସାଥେ
ଆଉଥରେ ହାତରେ ହାତ ମିଶାଇ ll
ଗୁରୁଜନ ମାନେ ଅଭିଜ୍ଞତା ଓ ଜ୍ଞାନ ରୁ
ଯାଇଛନ୍ତି ପରା କହି l
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି ll
