STORYMIRROR

Sarojini Mishra

Classics

4  

Sarojini Mishra

Classics

ଆଉ ନ ଡାକିବୁ ରାଧିକା ବୋଲି ରେ ମୁରଲୀ

ଆଉ ନ ଡାକିବୁ ରାଧିକା ବୋଲି ରେ ମୁରଲୀ

1 min
5


ମୁରଲୀ ରେ ତୋର ମଧୁର ମୂର୍ଚ୍ଛନା

ପାଗଳ କରୁଛି ମୋରେ

ସେ ମଧୁ ମୂର୍ଚ୍ଛନା କରେ ଆନମନା

ପ୍ରୀତି ମନ୍ଦାକିନୀ ଝରେ ।

ତୋ ଭିତର ଫମ୍ପା ଆବିଳତା ଶୂନ୍ୟ

ରାଧା ରାଧା ଡାକି ଦେଲେ

ନିଜକୁ ଭୁଲଇ ଅପବାଦ ସହି

ତୋ ତାନ ପାଗଳ କରେ ।

କଦମ୍ବ ମୂଳରେ ଯମୁନା କୂଳରେ

ଅସମୟେ କାହିଁ ଡାକୁ

ନିନ୍ଦା ଅପବାଦ ଭୁଲିଯାଇ ରାଇ

ଦଉଡ଼େ ତୋର ପାଖକୁ |

କେମିତି ବୁଝାଇ କହିବି ସଂସାରେ

ତୋ ପ୍ରୀତି ର ଗୁଢ଼ କଥା

ଦେହୁ ଦେହାତୀତ ତୋ ସଙ୍ଗେ ସଂପର୍କ

ହେଲେ ମିଳେ ଖାଲି ବ୍ୟଥା ।

ତୋର ସାତ ସୁରେ ମନ ଭିଜିଯାଏ

ଶାଶ୍ଵତ ତୋହର ପ୍ରେମ

ଆଉ ତୁ ନଡାକେ ରାଧିକା ବୋଲି ରେ

ନ ବଜା ଅମୃତ ସ୍ୱନ ।

ତୋ ସୁରେ ମୁରଲୀ ରାଧା ରାଧା ଡାକ

ମୋତେ ଉଲ୍ଲସିତ କରେ

ଶିହରଣ ଜାଗେ ଦଉଡ଼ି ମୁଁ ଭାଗେ

କଳଙ୍କ ପସରା ଧରେ ।

ମୁରଲୀ ରେ ତୋତେ ରାଣ ଦେଉଅଛି

ରାଧା ରାଧା ତୁ ନ ଡାକେ

ତୋ ମଧୁ ମୂର୍ଚ୍ଛନା ପ୍ରତିଟି ଛନ୍ଦରେ

ମୋ ପ୍ରେମ ବାରତା ଦେଏ ।

ରାଧା ରାଧା ଆଉ ଡାକ ନାହିଁ ବଂଶୀ

ପ୍ରୀତି ବାରତା ପରଶେ

କହ୍ନେଇ ସଙ୍ଗରେ ମୋ ଶାଶ୍ଵତ ପ୍ରେମ

କଥା କୁ କହ ହରଷେ ।

ତୋ ମଧୁ ଛନ୍ଦରେ କହି ଦେ ମୁରଲୀ

କାହ୍ନୁ ରାଧା ଯେ ଅଭିନ୍ନ

ରାଧା ରାଧା ଆଉ ନ ଡାକି ମୁରଲୀ

ଭ୍ରମ କରି ଦେ ରେ ଛିନ୍ନ ।

କରୁଅଛି ଅଳି ମୋହନ ମୁରଲୀ

ରାଧା ନାମେ ଯେ ବଜାନା

ରାଧାକୃଷ୍ଣ ପରା ଏକ ଓ ଅଭିନ୍ନ

ସେଇ କଥା ତୁ ଯେ ଶୁଣା ।

ରାଧା ରାଧା ବୋଲି ନ ଡାକେ ମୁରଲୀ

ଶାଶ୍ଵତ ପରଶ ଦେଏ

ତୋ ପରି ହୃଦୟ ଖାଲି କରି ବଂଶୀ

ଦେଏ ଅନୁଭବ ଟିଏ |

ଅପୂର୍ବ ଛନ୍ଦରେ ମାଦକତା ଭରି

ପ୍ରୀତି ଛନ୍ଦ ତୋଳି ଦେଏ

ସେ ମଧୁର ଛନ୍ଦେ ପ୍ରୀତି ମକରନ୍ଦେ

ଧରା ନାଚୁ ଯେ ଆନନ୍ଦେ ।



Rate this content
Log in

Similar oriya poem from Classics