STORYMIRROR

Bijay Prusty

Action

4  

Bijay Prusty

Action

ଆଉ ଦେଖାଅନି ଯାଦୁ

ଆଉ ଦେଖାଅନି ଯାଦୁ

1 min
550


ଭାଷଣରେ କହିଦିଅ 

କେତେକେତେ କଥା

ଖଟିଖିଆ ମେହେନତି ମଣିଷଟି ପାଇଁ

କାନ୍ଦ ତୁମେ ସବୁଦିନ

ଆଖିରେ ତୁମର 

ଟୋପେ ଲୁହ ଦିଶେନାହିଁ I


ଦିନରେ ସଭାମଞ୍ଚରେ 

କମ୍ପାଅ ମେଦିନୀ

ରାତିହେଲେ ସବୁଭୁଲି

ଖେଜ ତୁମେ ମୃତ ସଞ୍ଜିବନୀ I


କେତେକେତେ ମନ୍ତ୍ରଣାରେ

ମଜ୍ଜିଯାଅ ତୁମେ

କେମିତି ବଢିବ ତୁମ ଧନ

ଭୂଇଁରେ ଲୋଟିବ କେତେ ମଥା

ବଢିଯିବ ଗରିବ କଷଣ I


ଆମେ ନରହିଲେ ତୁମେ

କେଉଁପରି ବୋଲାଇବ ବାବୁ

ସେଇଥିପାଇଁ ତ ତୁମେ

ଦୁନିଆକୁ ଦେଖାଉଛ ଯାଦୁ I


ବହୁତ ହେଇଲା ତୁମ ଛଳନାର ଖେଳ

ଏବେଏବେ ଜାଗିଲେଣି ସର୍ବହରା ଦଳ

ସୁଧୁରିଯାଅ ଏଥର ଆରେ ପ୍ରବଞ୍ଚକ

ନହେଲେ ପ୍ରସ୍ତୁତ ରୁହ

ଦେଖିବାକୁ ତୁମ ଶେଷବେଳ I

         


Rate this content
Log in

Similar oriya poem from Action