ଆତ୍ମଶ୍ଵାଘାରେ ବଂଚୁଥିବା ମଣିଷ
ଆତ୍ମଶ୍ଵାଘାରେ ବଂଚୁଥିବା ମଣିଷ
ଆତ୍ମଶ୍ଵାଘାରେ ବଂଚୁଥିବା ମଣିଷ
ମଣିଷ କାହିଁକି ଅହମିକା ଭ୍ରାତିରେ ବଂଚେ
ନିଜ କୃତିତ୍ଵର କବର୍ରେ-ଦୁର୍ଯ୍ୟୋଧନର ଅତିମାନରେ
ଫେସ୍ବୁକ୍ ଓ ହ୍ଵାଟ୍ସଅପ୍ ଗ୍ରୁପ୍ରେ ପୋଷ୍ଟ କରେ
ନିଜ ପାରିଲାପଣିଆର କାହାଣୀ
ଅତି ବେଶୀରେ ଦଶ ପଂଦର ଜଣଂକ ପସଂଦରେ
ମଣିଷ ଲଭିଥାଏ ସ୍ଵର୍ଗସୁଖ
ବାରଂବାର ଏ ପ୍ରକ୍ରିୟାର ପୁନରାବୃତି
ଅହଂକାରର ରକ୍ତ ଗୋଲାପରେ ସଜେଇ ହୁଏ
ପ୍ରଚାରକର ନୀତ ହୀନମନ୍ୟତା
କିଛି କୃତିତ୍ବରେ ମଣିଷ ପ୍ରସରି ଯାଏନା
ସସାଗରାଧରା-ବିଚିତ୍ର ନଭମଂଡଳ
କେହି ଯଦି ସାହସ କରି ସମାଲୋଚନା କରେ
ପ୍ରଚାରକ ଟି ହାମୁଡେଇ ହୁଏ ନିଜ ଅଂଧଗଳିରେ
ଅମାବାସ୍ୟାର ଚଂଦ୍ର ବି ଏତେଟା ପ୍ରଚାର କରିନି
ତଥାକଥୁତ ପ୍ରବୀଣ ସାହିତ୍ୟିକଂକ ସଦୃଶ
କିଛି ଶବ୍ଦର ମାୟାଜାଲ
କିଛି ପ୍ରଶସ୍ତିର କାହାଣି ତୋଳି ବସିଲେ
ମଣିଷ ଯଦି ଅମର ହୋଇଯାଉଥାତା
ତେବେ ସ୍ବର୍ଗତଃ କେହି ରହଂତେନି
ସଭିଏଁ କିଛି ନା କିଛି ସୃଜନ କରଂତେ
ଅମରତ୍ବର ଅଂତରାଳେ ।
