ଆତ୍ମାର ରୋଦନ
ଆତ୍ମାର ରୋଦନ
ରକ୍ତ ମାଂସର ଆସ୍ତରଣ ଭିତରେ
ନିବୁଜ କୋଠରୀ ଭିତରେ
କଏଦୀ ହୋଇ ଥିବା ଆତ୍ମାଟି ଯେବେ
ନିଶବ୍ଦର କାନ୍ଦ କାନ୍ଦେ
କିଏ ନ'ଥାଏ ତା'ର ମୂକସାକ୍ଷୀ
କିଏ ନ'ଥାଏ ତା'ର ହିତାକାଂକ୍ଷୀ।
ହତୋତ୍ସାହର ଜ୍ଵାଳାରେ
ଉଦବିଗ୍ନ ହୋଇ ପଡେ
ପଶ୍ଚାତାପର ଗଭୀର ଗର୍ତ୍ତରେ
ଅଣନିଃଶ୍ଵାସୀ ହୋଇ ଯାଏ।
ଭୂଲ୍ କୁ ତନ୍ନ ତନ୍ନ କରି ନିରିଖି ଦେଖେ
ଆଉ ଏକ ସିଦ୍ଧାନ୍ତରେ ସ୍ଥିରିକୃତ ହୁଏ
ଏ ଚରାଚରର ସତ୍ୟତାକୁ ନେଇ।
ଆତ୍ମା କାନ୍ଦେ ଆତ୍ମୀୟଙ୍କ ପାଇଁ
ଆତ୍ମା କାନ୍ଦେ ତା'ଆତ୍ମୀୟ ପ୍ରତି
ଅଗାଢ଼ ଭଲପାଇବା ପାଇଁ
ଆତ୍ମା କାନ୍ଦେ ତା' ବଳିଦାନ ପାଇଁ।
ହେଲେ ଆତ୍ମା କଣ ଚରିତାର୍ଥ ହୁଏ
ତା'ଆତ୍ମୀୟଙ୍କ ବିନା??