STORYMIRROR

Tapaswini DashSarangi

Abstract Fantasy

4  

Tapaswini DashSarangi

Abstract Fantasy

ଆତ୍ମାର ରୋଦନ

ଆତ୍ମାର ରୋଦନ

1 min
23


ରକ୍ତ ମାଂସର ଆସ୍ତରଣ ଭିତରେ

ନିବୁଜ କୋଠରୀ ଭିତରେ 

କଏଦୀ ହୋଇ ଥିବା ଆତ୍ମାଟି ଯେବେ

ନିଶବ୍ଦର କାନ୍ଦ କାନ୍ଦେ

କିଏ ନ'ଥାଏ ତା'ର ମୂକସାକ୍ଷୀ

କିଏ ନ'ଥାଏ ତା'ର ହିତାକାଂକ୍ଷୀ।

ହତୋତ୍ସାହର ଜ୍ଵାଳାରେ 

ଉଦବିଗ୍ନ ହୋଇ ପଡେ

ପଶ୍ଚାତାପର ଗଭୀର ଗର୍ତ୍ତରେ 

ଅଣନିଃଶ୍ଵାସୀ ହୋଇ ଯାଏ।

ଭୂଲ୍ କୁ ତନ୍ନ ତନ୍ନ କରି ନିରିଖି ଦେଖେ

ଆଉ ଏକ ସିଦ୍ଧାନ୍ତରେ ସ୍ଥିରିକୃତ ହୁଏ

ଏ ଚରାଚରର ସତ୍ୟତାକୁ ନେଇ।

ଆତ୍ମା କାନ୍ଦେ ଆତ୍ମୀୟଙ୍କ ପାଇଁ

ଆତ୍ମା କାନ୍ଦେ ତା'ଆତ୍ମୀୟ ପ୍ରତି 

ଅଗାଢ଼ ଭଲପାଇବା ପାଇଁ

ଆତ୍ମା କାନ୍ଦେ ତା' ବଳିଦାନ ପାଇଁ।

ହେଲେ ଆତ୍ମା କଣ ଚରିତାର୍ଥ ହୁଏ

ତା'ଆତ୍ମୀୟଙ୍କ ବିନା??  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract