STORYMIRROR

Sanjya Tripathy

Abstract

3  

Sanjya Tripathy

Abstract

ବର୍ଷ ଶେଷର କବିତା

ବର୍ଷ ଶେଷର କବିତା

1 min
138


କିଛି ଲୋକ ଅଛନ୍ତି : ଅଯଥା ଅପପ୍ରଚାର ରେ ଅନ୍ୟକୁ କଷ୍ଟ ପହଞ୍ଚାଇବାକୁ

ସମାଜର ବଡ଼ପଣ୍ଡା ବୋଲାଇ ଖ୍ୟାତି ଅର୍ଜିବାକୁ

ଆତ୍ମପ୍ରଚାର ର ଆତ୍ମସାତ ରେ ବ୍ୟସ୍ତ ରହିବାକୁ

କିଛି ଲୋକ ଅଛନ୍ତି

ଫୁଙ୍ଗୁଳା ଦେହ ଓ ଖାଲି ପେଟରେ ଭାଗ୍ୟକୁ ନିନ୍ଦିବାକୁ

ମୁଠାଏ ମୁଢି ପାଇଁ

ସକାଳରୁ ସଂଧ୍ୟା ଵେଦ ଓ ଶୋଣିତ ବୁହାଇବାକୁ ।

କିଛି ଲୋକ ଅଛନ୍ତି : ଦୁଃଖୀ ଆତ୍ମା ସହ ସମ୍ବେଦନଶୀଳ ହେବାକୁ

ପାରୁ ପର୍ଯ୍ୟନ୍ତ ସାହାର୍ଯ୍ୟ କରିବାକୁ

ଏମାନଙ୍କର ପ୍ରସଙ୍ଗ ଆଲୋଚନା କରିବାକୁ

ଆଉ ଆମେ କେତେ ଲୋକ ଅଛୁ:

ସବୁ ଦେଖିବାକୁ, ସବୁ ଶୁଣିବାକୁ

ଆଶା ଓ ଆକାଂକ୍ଷାର ସ୍ଵପ୍ନ ଦେଖିବାକୁ

ଲେଖନୀ ମୁନରେ କାହାଣୀଟିଏ ଉତ୍ତାରି ନେବାକୁ ।।


Rate this content
Log in

Similar oriya poem from Abstract